
ହରଭଙ୍ଗ| ନୋଡାଲ ଉଚ୍ଚ ବିଦ୍ୟାଳୟରେ ପ୍ରାଥମିକ ସହାୟତା କାର୍ଯ୍ୟକ୍ରମ
ବୌଦ୍ଧ(ନି:ପ୍ର): ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ହରଭଙ୍ଗାଠାରେ ଏକ “ପ୍ରାଥମିକ ସହାୟତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ” ଅନୁଷ୍ଠିତ ହୋଇଯାଇଅଛି । ଏହା ଅପରାହ୍ନ ସମୟ ୨ ଘଣ୍ଟିକାରୁ ଆରମ୍ଭ ହୋଇ ୪ ଘଣ୍ଟିକା ରେ ଶେଷ ହୋଇଥିଲା । ଏହି କାର୍ଯ୍ୟକ୍ରମଟିକୁ ଜୁନିୟର ରେଡ୍ କ୍ରସ୍ କାଉନସେଲର ଶ୍ରୀ କୃଷ୍ଣ ଚନ୍ଦ୍ର କହଁର ପରିଚାଳନା କରିଥିଲେ | ପ୍ରଥମେ ଅଗ୍ରପୂଜ୍ଯ ଶ୍ରୀ ଗଣେଶ ତଥା ଆରାଧ୍ଯ ଦେବତା ଶ୍ରୀ ଜଗନ୍ନାଥ ଓ ରେଡ୍ କ୍ରସର ଜନକ ଜିନ୍ ହେନେରୀ ଡୁନାଣ୍ଟଙ୍କ ଫୋଟୋକୁ ପୂଜା ଅର୍ଚ୍ଚନା କରି କାର୍ଯ୍ୟକ୍ରମଟିକୁ ଆରମ୍ଭ କରାଯାଇଥିଲା Iଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଜିତେନ୍ଦ୍ର ଦେହୁରୀ ମହୋଦୟ ଅଧ୍ୟକ୍ଷତା କରିଥିଲେ | ଏଥିରେ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀମାନଙ୍କୁ “ପ୍ରାଥମିକ ସହାୟତା” ବିଷୟରେ ପ୍ରଶିକ୍ଷଣ ଦେବାପାଇଁ ବୌଦ୍ଧ ଜିଲ୍ଲାର ଜୁନିୟର ରେଡ଼କ୍ରସ୍ ଅଫିସର ଶ୍ରୀଯୁକ୍ତ ନବ କିଶୋର ଦୀପ ମାଷ୍ଟର ଟ୍ରେନର ଭାବେ ଯୋଗ ଦେଇଥିଲେ ଓ ସେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପ୍ରାଥମିକ ସହାୟତା ଯଥା- ରିକୋଭରି ପୋଜିସନ, ସିପିଆର, ସାପକାମୁଡ଼ା, ମୂର୍ଛା, ପୋଡ଼ା, ଜଳରେ ବୁଢିଯିବା, ଚୋକ ଆଦି ବିଭିନ୍ନ ବିଷୟ ଉପରେ ସୁନ୍ଦର ଭାବେ ପ୍ରଶିକ୍ଷଣ ଦେଇଥିଲେ | ପ୍ରଶିକ୍ଷଣ ଦେଇ ସାରିବା ପରେ ସେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ପଚରାଯାଇଥିବା ଅନେକ ସନ୍ଦେହମୂଳକ ପ୍ରଶ୍ନର ସମାଧାନ ମଧ୍ୟ କରିଥିଲେ | ଏଥିରେ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ସକ୍ରିୟଭାବେ ଅଂଶଗ୍ରହଣ କରିଥିଲେ ! କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ତଥା ଶିକ୍ଷୟିତ୍ରୀ ଯଥା- ଶ୍ରୀ ଶ୍ରୀକାନ୍ତ ଭୂୟାଁ, ଶ୍ରୀ ସତ୍ୟରଞ୍ଜନ ବେହେରା, ଶ୍ରୀ ସଞ୍ଜିତ କୁମାର ସାହୁ , ଶ୍ରୀମତୀ ସୁଶ୍ରୀ ସଙ୍ଗୀତା ଛୋଟରାୟ, ଶ୍ରୀ ସୌମିତ୍ରୀ ପ୍ରସାଦ ପଲିଆ,ଶ୍ରୀ ଗୁଞ୍ଜରଣ ଯାନୀ, ଶ୍ରୀ ସୁଭେନ୍ଦୁ ସାହୁ, ଶ୍ରୀମତୀ ସବିତା ତରିଆ ଓ ଶ୍ରୀମତୀ କାଞ୍ଚନ ମଲିକ ଆଦି ପୂର୍ଣ୍ଣ ସହଯୋଗ ପ୍ରଦାନ କରିଥିଲେ | ଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରମିଲବାଳ| ସାହ�