
ବସ୍ତା (ନି.ପ୍ର) :
ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ବାସୁଚକୁରାଇ ଗ୍ରାମରେ ଅଗ୍ନିକାଣ୍ଡ ଘଟି ତିନି ବଖରା ଘର ପୋଡିପାଉଁଶ। ଲକ୍ଷାଧିକ ଟଙ୍କାର ଅସାବପତ୍ର ନଷ୍ଟ, ଦୁଇ ଆହତ। ସୂଚନା ଅନୁସାରେ ଗୁରୁବାର ସନ୍ଧ୍ୟା 6 ଟା 30 ମିନିଟ ସମୟରେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଗ୍ରାମର ରତିକାନ୍ତ ସିଂ ଙ୍କ ତିନି ବଖରା ଘର ପୋଡି ପାଉଁଶ ହୋଇଛି। ସନ୍ଧ୍ୟା ସମୟରେ ଘରେ ମହିଳା ମାନେ ଘର କାମ ରେ ବ୍ୟସ୍ତ ଥିବା ବେଳେ ହଠାତ ନିଆଁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଖବର ପାଇଁ ରତିକାନ୍ତ ଏବଂ ତାଙ୍କର ତିନି ପୁଅ ଘଟଣା ସ୍ଥଳରେ ପହଂଚି ଗ୍ରାମବାସିଙ୍କ ସହ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ଏହି ସମୟ ମଧ୍ୟରେ ରତିକାନ୍ତ ଙ୍କ ପୁତ୍ର ବଧୂ ଏବଂ ନାତୁଣୀ ନିଆଁ ରେ ପୋଡି ଆହତ ହୋଇଥିବା ଜଣାପଡିଛି। ଖବର ପାଇଁ ଦମକଳ ବାହିନୀ ପହଞ୍ଚି ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିଥିଲେ ମଧ୍ୟ ଘର ଭିତରେ ଥିବା ଲକ୍ଷାଧିକ ଟଙ୍କାର ଅସବାପାତ୍ର ନଷ୍ଟ ହୋଇଥିବା ଜଣାପଡିଛି। ତେବେ ବାସୁଚକୁରାଇ ଗ୍ରାମରେ ବିଦ୍ୟୁତ ବିଭାଗର ଖାମଖିଆଲି ନୀତି ଯୋଗୁଁ ଅନେକ ସମୟରେ ଦୁର୍ଘଟଣା ଘଟି ଆସୁଥିବା ବେଳେ ତୁରନ୍ତ ଏହାର ସମାଧାନ ସହିତ କ୍ଷତିପୂରଣ ଦେବାକୁ ଦାବି ହୋଇଛି।