
ସୋର(ଜ୍ୟୋତି ପ୍ରକାଶ ଦୀକ୍ଷିତ) : ବାହାନଗା ବଗଲପୁର ଗ୍ରାମର ବିଏସ୍ଏଫ ଯବାନଙ୍କର ତାଙ୍କ ଶ୍ୱଶୁରଘରେ ଅସ୍ବଭାବିକ ମୃତ୍ୟୁକୁ ନେଇ ବିବାଦୀୟ ସ୍ଥିତି ସୃଷ୍ଟି ହୋଇଥିବା ବେଳେ ତାଙ୍କ ବୃଦ୍ଧା ମା ଆଜି ସୋର ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ତାଙ୍କ ପୁଅକୁ ତା’ ଶ୍ୱଶୁର ଘର ଲୋକେ ମାରି ଦେଇଥିବା ଅଭିଯୋଗ କରିବା ସହିତ ତାଙ୍କୁ ନ୍ୟାୟ ପ୍ରଦାନ କରାଯାଉ ବୋଲି ସରକାରଙ୍କ ନିକଟରେ ଆକୁଳ ନିବେଦନ କରିଛନ୍ତି। ୭୦ ବର୍ଷିୟା ବାସନ୍ତୀ ସାହୁଙ୍କର ପୁଅ ଦିବ୍ୟରଞ୍ଜନ ସାହୁ (୩୯) ୨୦୦୭ ମସିହାରେ ଭାରତ ସରକାରଙ୍କ ବିଏସ୍ଏଫ୍ ୩୬ ବାଟାଲିୟନ୍ ଭାବେ ନିଯୁକ୍ତି ପାଇ ଉତ୍ତରପ୍ରଦେଶ ଗ୍ରେଟେର ନୋଏଡାରେ କାର୍ଯ୍ୟଥିଲା। ସେ ୨୦୧୨ ମସିହାରେ ବାଲେଶ୍ୱର ରାଣୀପଟଣା ଗ୍ରାମର ଚିଲିକା ବେହେରାଙ୍କ ସାନଝିଅ ସଂଯୁକ୍ତା ସାହୁକୁ ବିବାହ କରିଥିଲା। ଉଭୟଙ୍କର ଗୋଟେ ୮ ବର୍ଷର ଝିଅ ରହିଛି। ଝିଅର ପାଠପଢା ପାଇଁ ଉଭୟେ ବାଲେଶ୍ୱର ସହରରେ ଏକ ଘରଭଡା ନେଇ ରହୁଥିଲେ। କିନ୍ତୁ ଗତ ଜୁଲାଇ ମାସ ୩ ତାରିଖ ରାତିରେ କୌଣସି କାରଣରୁ ଉଭୟ ସ୍ୱାମୀ ସ୍ତ୍ରୀ ମଧ୍ୟ୍ୟରେ ଝଗଡ଼ା ଲାଗିଥିଲା। ଉଭୟଙ୍କ ମଧ୍ୟ୍ୟରେ ଝଗଡ଼ା ଚାଲିଥିବା ଭିତରେ ମୋ ବୋହୂ ସଂଯୁକ୍ତା ତା’ର ଭାଇ କମଲ ବେହେରାକୁ ଖବର ଦେଇଥିଲା। ଖବର ପାଇ ବୋହୂର ଭାଇ କମଲ ସାଙ୍ଗରେ କେତେଜଣ ଲୋକମାନଙ୍କୁ ନେଇ ଆସି ପହଞ୍ଚିଥିଲା। ସେମାନେ କୌଣସି କଥା ନବୁଝି, ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବୁଝାମଣା କରିବା ବଦଳରେ ମୋ ପୁଅକୁ ସେମାନେ ଆକ୍ରମଣ କରିବା ସହିତ ନିସ୍ତୁକ ଭାବେ ମାଡ଼ମାରିଥିଲେ। ଫଳରେ ମୋ ପୁଅ ଗୁରୁତର ଅବସ୍ଥାରେ ଘରେ ପଡ଼ିରହିଥିବା ଦେଖି ସେମାନେ ଘଟଣାର ପରଦିନ ବାଲେଶ୍ୱର ମେଡିକାଲକୁ ନେଇ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ମୋ ପୁଅକୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ପୁଅର ମୃତ ଦେହକୁ ବ୍ୟବଚ୍ଛେଦ କରାଇ ତା’ର ଶ୍ୱଶୁରଘର ଲୋକମାନେ ପୁଅର ମୃତଦେହକୁ ଆଣି ବଗଲପୁରକୁ ଆସିଥିଲେ। ମାତ୍ର ଗାଁ ଲୋକ ସେମାନଙ୍କୁ ବିରୋଧ କରିବା ସହିତ ଦିଦ୍ୟରଂଜନକୁ ମାରିଦେଇଥିବା ଅଭିଯୋଗ କରିଥିଲେ। ଏହା ସତ୍ତ୍ୱେ ବାଲେଶ୍ୱର ସହଦେବଖୁଣ୍ଟା ପୁଲିସ୍ ୨୨୨/୨୫ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରିଚାଲିଛନ୍ତି। ପୁଅର ହତ୍ୟା ଘଟଣାର ଉପଯୁକ୍ତ ତଦନ୍ତ କରାଯାଇ ନ୍ୟାୟ ପ୍ରଦାନ ପାଇଁ ବୃଦ୍ଧା ମା ଏବଂ ଗ୍ରାମବାସୀମାନେ ଦାବି କରିଛନ୍ତି। ଏହି ସମ୍ମିଳନୀରେ ଦିବ୍ୟ ରଞ୍ଜନ ଙ ବଡ଼ଭାଇ ସୌମ୍ୟରଂଜନ ସାହୁ ଏବଂ ଭାଉଜ ସରିତା ବେହେରା, ଗ୍ରାମବାସୀ ଆଲୋକ ରାଉତ, ସୁମନ୍ତ ରାଉତ, ବିନୋଦ ରାଉତ, ସୁମନ୍ତ ଦାସ, ବିକାଶ ଯଶମୁଖ, ସମାଜସେବୀ ମାୟାଧର ନାୟକ, ଅନାକ ଚରଣ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।