*ସ୍କୁଲରେ ଛାତ୍ରଙ୍କୁ ମାଡ଼, ମହିଳା ଗିରଫ*
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ: ରସୁଲପୁର ଅବଦୁଲ ରହିମ ହାଇସ୍କୁଲ ପରିସରରେ ୧୩ ବର୍ଷୀୟ ଛାତ୍ରଙ୍କୁ ମାଡ଼ ଅଭିଯୋଗରେ ପୋଲିସ ଜଣେ ମହିଳାଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ଅନୱାରୀ ବେଗମ। ରସୁଲପୁର ଗ୍ରାମର ରହିମା ଖାତୁନଙ୍କ ୯ ତାରିଖ ଅଭିଯୋଗ ଆଧାରରେ କେସ୍ ନଂ ୪୧୧/୨୬ ରୁଜୁ ହୋଇଥିଲା। ଫେରାର ଥିବା ମହିଳାଙ୍କୁ ବାଲିକୁଦାରୁ ଧରି ଆଜି କୋର୍ଟ ଚାଲାଣ କରାଯାଇଛି।
