
ସୋର (ଜ୍ୟୋତି ପ୍ରକାଶ ଦୀକ୍ଷିତ) : ସୋର ବ୍ଳକର କେଦାରପୁର ପଞ୍ଚାୟତ ଏବଂ ସିମୁଳିଆ ବ୍ଳକ ର କ୍ଷୀରକୋଣୀ ଏବଂ ଚାଳୁଣିଗାଁ ର ବିଜେପି କର୍ମୀ ଆଜି ପୂର୍ତ୍ତ ବିଭାଗ ମନ୍ତ୍ରୀଙ୍କୁ ତାଙ୍କ ସରକାରୀ ବାସଭବନରେ ଭେଟି ଦାବିପତ୍ର ଦେଇଛନ୍ତି। ମିହିର ପାଣି ଙ୍କ ନେତୃତ୍ବରେ ଏହି ଦାବି ପତ୍ର ପ୍ରଦାନ କରାଯାଇଥିଲା। ଏହି ଦାବିପତ୍ର ରେ ସୋର ପୈରପାଳାକା ର ବାମ୍ଫି ଛକ ଠାରୁ ବାସୁଦେବପୁର ବ୍ଳକ ର ବେତଡା ରାସ୍ତା ଭାୟା ଚାଳୁଣୀଗାଁ ରାସ୍ତା ମରଣଯନ୍ତା ପାଲଟିଛି। ଏହି ରାସ୍ତା ପୂର୍ତ୍ତ ବିଭାଗ ଅଧିନରେ ଅଛି।
ରାସ୍ତାଟି ଗ୍ରାମ ଊନ୍ନୟନ ବିଭାଗ ଦ୍ୱାରା ସଠିକ ରକ୍ଷଣାବେକ୍ଷଣ ଓ ଅର୍ଥ ଅଭାବରୁ ଅତି କଦର୍ଯ୍ୟ ଭାବରେ ପଡ଼ିଅଛି । ବିଭିନ୍ନ ଜାଗାରେ ଖାଲ ଢିପ, ରାସ୍ତାରେ କଂକ୍ରିଟ୍ ଫାଟି ଆଁ କରିଥିବା ସାଙ୍ଗକୁ ରାସ୍ତାଟି ଅତି ଅଣଓସାରିଆ ହୋଇଥିବାରୁ ଗୋଟିଏ ବଡ଼ଟ୍ରକ ସେହି ରାସ୍ତା ଦେଇ ଗଲେ ଅନ୍ୟ ଗାଡି ସେଇ ବାଟେ ଯିବା ଅସମ୍ଭବ।ଏକକାଳୀନ ଗୋଟିଏ ଟ୍ରକ ଗୋଟିଏ ପଟୁ ଓ ଆମ୍ବୁଲାନ୍ସ ଅନ୍ୟ ପଟୁ ଆସିଲେ ରୋଗୀ ଡାକ୍ତରଖାନାରେ ପହଞ୍ଚିବା ବିଳମ୍ବ ହୋଇଥାଏ, ଫଳରେ ରୋଗୀର ଜୀବନ ପ୍ରତି ବିପଦ ରହୁଅଛି । ସେହିପରି ରାସ୍ତାର ଗୋଟିଏ ଦିଗରୁ ଟ୍ରକ୍ ଓ ଅନ୍ୟ ଏକ ଦିଗରୁ ଦମକଳ ଆସିଲେ ଦମକଳ ନିଆଁ ଲାଗିଥିବା ଘର ପାଖରେ ପହଞ୍ଚିବା ବିଳମ୍ବ ଜନିତ କାରଣରୁ ଘରପୋଡ଼ି ନଷ୍ଟ ହୋଇଯାଏ, ଫଳରେ ଆମ୍ଭେମାନେ ବିଭିନ୍ନ ସମୟରେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ବୋଲି ସେମାନେ ମନ୍ତ୍ରୀ ଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ରମେଶ ଲେଙ୍କା, କେଦାରପୁର ପଞ୍ଚାୟତ ନାୟବ ସରପଞ୍ଚ ବସନ୍ତ ବେହେରା , ବସନ୍ତ ପାଣି ୱାର୍ଡ ସଭ୍ୟ ଗଣେଶ ଜେନା , ମାଧବାନନ୍ଦ ହୋତା , ତରୁଣ ପାଣି ମନ୍ତ୍ରୀ ଙ୍କୁ ଭେଟି ଏହି ଦାବି ଜଣାଇଛନ୍ତି।