*ଛତ୍ରପୁର ସଂକୁଳ ର ଜ୍ଞାନବିଜ୍ଞାନ ମେଳା-୨୦୨୬ ଅନୁଷ୍ଠିତ*
ରମ୍ଭା-୧୧/୦୮(ପ୍ରଫୁଲ୍ଲ କୁମାର ମହାରଣା) ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ରମ୍ଭା ଠାରେ ଛତ୍ରପୁର ସଂକୁଳର ଜ୍ଞାନ ବିଜ୍ଞାନ ମେଳା- ୨୦୨୬ ରବିବାର ଦିନ ଅନୁଷ୍ଠିତ ହୋଇଅଛି। ଏଥିରେ ଛତ୍ରପୁର, ରମ୍ଭା, ଗଞ୍ଜାମ, ଭଂଜ ବିହାର, ନରେନ୍ଦ୍ରପୁର ଓ ଗୋପାଳପୁର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ୨୫୬ ଜଣ ଶିଶୁ ଅଂଶ ଗ୍ରହଣ କରି ନିଜର ଜ୍ଞାନ କୌଶଳ ପ୍ରଦର୍ଶନ କରିଥିଲେ। ଏହାର ଶୁଭ ଉଦ୍ଘାଟନ ଉତ୍ସବରେ ରମ୍ଭା ଥାନାର ଭାରପ୍ରାପ୍ତ ଅଧିକାରୀ ଶ୍ରୀ କୁମର ମୁଦୁଲି ଯୋଗଦାନ କରି ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ I ସମାରୋପ ଉତ୍ସବରେ ଅଗ୍ରଣୀ ଇଣ୍ଡଷ୍ଟ୍ରିଜ ର ପ୍ରମୁଖ ଅଧିକାରୀ ତଥା ପରିଚାଳକ ଶ୍ରୀ ଶରତ କୁମାର ପଣ୍ଡା , ଶ୍ରୀ ଉମା ଚରଣ ସାହୁ, ଶି.ବି.ସ. ଓଡ଼ିଶା – ଦକ୍ଷିଣ ପୂର୍ବ ସମ୍ଭାଗର ସଂପାଦକ ଶ୍ରୀ ଦୀପକ କୁମାର ମହାରଣା, ଗଞ୍ଜାମ ଜିଲ୍ଲା ର ସହ ଜିଲ୍ଲା ପ୍ରମୁଖ ଶ୍ରୀ ବିପିନ୍ ଚନ୍ଦ୍ର ପଟ୍ଟନାୟକ, ସଂକୁଳ ପ୍ରମୁଖ ଶ୍ରୀ ଜେ.କୂର୍ମା ରାଓ , ସଂକୁଳ ସଂଯୋଜକ ଶ୍ରୀ ତ୍ରିନାଥ ନାୟକ , ଅନୁଷ୍ଠାନର ସଭାପତି ଶ୍ରୀ ଏମ୍. ନରସିଂହ ସୁବୁଦ୍ଧି, ଉପସଭାପତି ଶ୍ରୀ ସୁଦର୍ଶନ ତ୍ରିପାଠୀ ,ସମ୍ପାଦକ ଶ୍ରୀ ପ୍ରସନ୍ନ କୁମାର ମିଶ୍ର, ସମେତ ପରିଚାଳନା ସମିତିର ସମସ୍ତ ସଦସ୍ୟ ଓ ଉପଦେଷ୍ଟା ଶ୍ରୀ ଅମ୍ବଲ୍ୟ କୁମାର ସେନାପତି, ଶ୍ରୀ ରାମଚ଼ନ୍ଦ୍ର ବାଡ଼ତ୍ୟା ଓ ଶ୍ରୀ ମହେନ୍ଦ୍ରକୁମାର ସେନାପତି ଆଦି ବନ୍ଧୁ ମାନେ ଅତିଥି ଭାବେ ଯୋଗ ଦାନ କରି ଶିଶୁଙ୍କ ମଙ୍ଗଳ କାମନା କରିବା ସହ ପୁରସ୍କାର ବଣ୍ଟନ କରିଥିଲେ। ଶୁଭେଛୁ ଓ ସାମ୍ବାଦିକ ବନ୍ଧୁ ଏବଂ ସଂକୁଳ ଅନ୍ତର୍ଗତ ସମସ୍ତ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଓ ବିଚାରକ ମଣ୍ଡଳୀ ତଥା ଆମ୍ଭ ଅନୁଷ୍ଠାନର ସେବାବ୍ରତୀ ମାନେ ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରି ଥିଲେ । ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଆଦିତ୍ୟ ପ୍ରସାଦ ମହାପାତ୍ର ସ୍ୱାଗତ ଜଣାଇବା ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଗଂଜାମ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ଶ୍ରୀଶ୍ରୀଧର ପ୍ରଧାନ କୃତୀ ଶିଶୁଙ୍କ ନାମ ଘୋଷଣା ଓ ଉଂଜବିହାର ର ପ୍ରଧାନ ଆଚାର୍ଯ୍ୟ ଦଣ୍ଡପାଣି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଆମ୍ଭ ଅଞ୍ଚଳର ବହୁ ବିଜ୍ଞାନ, ଗଣିତ ବିଭାଗର ବିଜ୍ଞ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଯୋଗଦାନ କରି ଶିଶୁଙ୍କ ମୂଲ୍ୟାୟନ କରି କାର୍ଯ୍ୟକ୍ରମଟିକୁ ସାକାର କରି ଥିଲେ। ପ୍ରଥମ ସ୍ଥାନ ଅଧିକାର କରିଥିବା ଶିଶୁମାନେ ଆଗାମୀ ଦିନରେ ସମ୍ଭାଗ ସ୍ତରୀୟ ପ୍ରତିଯୋଗିତାରେ ଯୋଗଦାନ କରିବା ନିଶ୍ଚିତ କରାଯାଇ ଥିଲା ।
