ସୀମାନ୍ତ ମହାବିଦ୍ୟାଳୟରେ ଛାତ୍ରୀମାନଙ୍କ ପାଇଁ ସଚ଼େତନତା ତଥା ଅଭିମୁଖୀ କରଣ କାର୍ଯ୍ୟକ୍ରମ
___________________
ସାରସକଣା,(୧୨/୮/୨୬):(ନି.ପ୍ର):
ସୀମାନ୍ତ ମହାବିଦ୍ୟାଳୟ ଝାରପୋଖରିଆର ସଶକ୍ତିକରଣ ପ୍ରକୋଷ୍ଠ ପକ୍ଷରୁ ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ସହଯୋଗରେ ସ୍ନାତକ ଛାତ୍ରୀ ମାନଙ୍କ ପାଇଁ ଏକ ସଚେତନତା-ତଥା- ଅଭିମୁଖୀକରଣ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ପ୍ରହଲ୍ଲାଦ ଅଗସ୍ତିଙ୍କ ଅଧ୍ୟକ୍ଷକତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଦୀପ ପ୍ରଜ୍ବଳନ ପରେ ଛାତ୍ରୀ ମାନଙ୍କୁ ମହିଳା ସଶକ୍ତିକରଣ, ସୁରକ୍ଷା, ମର୍ଯ୍ୟାଦା ଓ ଆତ୍ମ ବିଶ୍ୱାସର ଗୁରୁତ୍ୱ ସମ୍ପର୍କରେ ସଚେତନ କରାଯାଇଥିଲା । ପ୍ରଶାସନିକ ଅଧିକାରୀ ଶ୍ରୀ ଅନିଲ କୁମାର ଝା ଛାତ୍ରୀମାନଙ୍କୁ ମହାବିଦ୍ୟାଳୟରେ ଉପଲବ୍ଧ ବିଭିନ୍ନ ସୁବିଧା ଓ ସହାୟତା ବ୍ୟବସ୍ଥାର ସୁଯୋଗ ନେବାକୁ ପରାମର୍ଶ ଦେଇଥିଲେ । ଶକ୍ତିଶ୍ରୀ ସଂଯୋଜିକା ଡ. ପ୍ରାଚିପ୍ରଭା ପଢିଆରୀ ଶକ୍ତିଶ୍ରୀ ସଶକ୍ତିକରଣ ପ୍ରକୋଷ୍ଠର ଉଦ୍ଦେଶ୍ୟ ଓ କାର୍ଯ୍ୟକଳାପ ସହ ଛାତ୍ରୀ ମାନଙ୍କ ଅଧିକାର ଓ ସୁରକ୍ଷା ବିଷୟରେ ଆଲୋକପାତ କରିଥିଲେ । ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ପ୍ରିସାଇଡିଂ ଅଫିସର ଡ. ଧରିତ୍ରୀ ବେହେରା ଛାତ୍ରୀମାନଙ୍କ ସୁରକ୍ଷା ଓ ଅଭିଯୋଗ ସମାଧାନରେ କମିଟିର ଭୂମିକା ବିଷୟରେ ସୂଚନା ଦେଇଥିଲେ । ଆତ୍ମରକ୍ଷା କାର୍ଯ୍ୟକ୍ରମର ଦାୟିତ୍ୱରେ ଥିବା ଶ୍ରୀମତୀ ସ୍ଵପ୍ନେଶ୍ୱରି ମୁର୍ମୁ ଆତ୍ମରକ୍ଷା ଓ ବ୍ୟକ୍ତିଗତ ସୁରକ୍ଷା, ମାନସିକ ସ୍ୱାସ୍ଥ୍ୟ ସଚେତନତାର ଦାୟିତ୍ୱରେ ଥିବା ଡ.ସ୍ବିଗ୍ଧା ଆଚାର୍ଯ୍ୟ ମାନସିକ ସୁସ୍ଥତା ଓ ଭାବନାତ୍ମକ ସ୍ଥିରତା ଏବଂ ଛାତ୍ରବୃତ୍ତି ଦାୟିତ୍ୱରେ ଥିବା ଅଙ୍କାକ୍ଷ୍ୟା ଅପରୂପା ଦାସ ଛାତ୍ରବୃତ୍ତି ସୁଯୋଗ ସମ୍ପର୍କରେ ଛାତ୍ରୀ ମାନଙ୍କୁ ସୂଚନା ପ୍ରଦାନ କରିଥିଲେ । ଶେଷରେ ଶକ୍ତିଶ୍ରୀ ସଂଯୋଜିକା ଡ. ପାଢିଆରୀ ଧନ୍ୟବାଦ ଅର୍ପଣ କରିଥିଲେ । ମହିଳାଙ୍କ ଅଧିକାର, ସୁରକ୍ଷା, ଆତ୍ମରକ୍ଷା, ମାନସିକ ସ୍ୱାସ୍ଥ୍ୟ, ଛାତ୍ରବୃତ୍ତି ଓ ମହାବିଦ୍ୟାଳୟର ସହାୟତା ବ୍ୟବସ୍ଥା ସମ୍ପର୍କରେ ସଚେତନତା ସୃଷ୍ଟି କରି ଏକ ସୁରକ୍ଷିତ, ଆତ୍ମବିଶ୍ୱାସୀ ଓ ସଶକ୍ତ ଛାତ୍ରୀ ସମୁଦାୟ ଗଠନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଥିଲା । ଡ. ରାମ କିଶୋର ହରିଜନ, ଶ୍ରୀ ନିହାର ରଞ୍ଜନ ମହାନ୍ତ, ଅଜୟ କୁମାର ପରିଡା, ନିରୋଜ ରଞ୍ଜନ ମହାନ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳତାର ସହିତ ସମ୍ପନ୍ନ ହୋଇଥିଲା । ଅନିଲ କୁମାର ସାହୁ ସାରସକଣା ବ୍ଲକ ପ୍ରତିନିଧି ଭଞ୍ଜଦୂତ ଖବର।
