
ଅଳକୁଣ୍ଡ (ସରୋଜ କୁମାର ଧଳ) : ଭାରତୀୟ ଜନତା ପାର୍ଟି ରାଜ୍ୟରେ ସରକାର କରିଥିଲେ ମଧ୍ୟ ବିଞ୍ଝାରପୁର ବିଜେଡି ହାତକୁ ଚାଲିଯାଇଥିଲା। ଏହା ଭିତରେ ଏକ ବର୍ଷ ବିତି ଯାଇଛି, ଆଜି ଯାଜପୁର ର ସାଂସଦ ବିଞ୍ଝାରପୁର ଆସି ଏଠାର ପ୍ରସିଦ୍ଧ ବାବା ବରୁନେଶ୍ୱରଙ୍କୁ ଦରଶନ କରି ୨୬ ମଣ୍ଡଳ ରେ ଏକ କାର୍ଯ୍ୟାଳୟ ର ଉଁମୋଦନ କରିବା ସହିତ ଏହି ମଣ୍ଡଳରେ ଥିବା ମେଡିକାଲ ସବ୍ ସେଣ୍ଟର୍ ରେ ମା ପାଇଁ ଗଛ ଟିଏ ଲଗାଇ ଥିଲେ। ଏହି କାର୍ଯ୍ୟ କର୍ମ ରେ ତାଙ୍କ ସହ ଯୋଗଦେଇ ଥିଲେ ବିଞ୍ଝାରପୁର ର ପ୍ରିୟ ନେତ୍ରୀ ବବିତା ମଲ୍ଲିକ ମହୋଦୟ, ୬ ମଣ୍ଡଳ ସଭାପତି, ମନୋରଞ୍ଜନ ସାହୁ, ଉତ୍ତମ କୁମାର ଦାସ, ସଞ୍ଜୟ ପତି, ଶ୍ରୀଧର ଜେନା, ଶୁକଦେବ ଦାଶ ଓ ଚନ୍ମୟି। ଏହା ସହିତ ଆଠରେ ଉପସ୍ଥିତ ଥିଲେ ଭାରତୀୟ ଜନତା ପାର୍ଟିର ଅନେକ କାର୍ଯ୍ୟକର୍ତ୍ତା । ଏହି ପର୍ବ ରେ ବିଜୁ ଜନତା ଦଳ ଛାଡି ଯୋଗ ଦେଇଥଲେ ଅନେକ କର୍ମୀ। ତାପରେ ସେ ଲୋକଙ୍କ ସମସ୍ୟାକୁ ନେଇ ଲୋକଙ୍କ ସହ ଆଲୋଚନା କରିଥିଲେ।