ବିଶ୍ଵ ଆଦିବାସି ଦିବସ ବୋଡତଳୀଆ ଠାରେ ପାଳିତ ହେଇଯାଇଛି।
ଆଦ୍ୟ ତା 09-08-2026 ରିଖ ରବିବାର ଦିନ ଦିବା 12:00 ଘଟିକା ସମୟରେ କୁଳିଅଣା ବ୍ଲକ ଅନ୍ତର୍ଗତ ସ୍ୱର୍ଗାଛିଡ଼ା ଗ୍ରାମପଞ୍ଚୟତ ସ୍ଥିତ ବଡତୋଳିଆ ଗ୍ରାମ ଠାରେ ବିଶ୍ଵ ଆଦିବାସୀ ଦିବସ ପାଳନ କରାଯାଇଥିଲା। ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସରପଞ୍ଚ ମକରଦ୍ଵଜ ସରେନ, ମୁଖ୍ୟ ବକ୍ତା ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ସୁନ୍ଦର ମୋହନ ସିଂହ, ସମ୍ମାନିତ ଅତିଥି ପୂର୍ବତନ ସରପଞ୍ଚ ଫାଗୁରାମ ସରେନ, ବନମାଳୀ ହାଁସଦା, ଗୁର୍ତା ହେମରମ, ବର୍ଜା ଟୁଡୁ, ପଡିଶା ଗ୍ରାମର ଗଦରଗଡି, ସ୍ଵର୍ଗଛିଡା, ହାତୀବାରି, ବଡତୋଳିଆ, ଚାନ୍ଦୁଆ, ନାଗରାସଳ, ଗୁଣ୍ଟବଣି ଓ ଭୋଗଡାକଟା ଗ୍ରାମର ବହୁତ ଲୋକମାନେ ଅଂଶଗ୍ରହଣ କରିଥିଲେ। ପରିଚାଳନା କମିଟିର ସଦସ୍ୟମାନେ ହେଲେ ଜଗତପତି ହାଁସଦା, ସତ୍ୟବାନ ସରେନ, କାରୁ କରୁଣାକର ହାଁସଦା, ସନାତନ ମୁର୍ମୁ, ଭୀମ ହାଁସଦା, ଅର୍ଜୁନ ହାଁସଦା, ମହେଶ୍ଵର ହେମରମ, ସମନାଥ ସରେନ, ସୁଜିତ ହାଁସଦା, ସୁଭାଷ ମୁର୍ମୁ, ବିଗଲ ଟୁଡୁ ଏବଂ କାନ୍ଦ୍ରା ହାଁସଦା। ବିଭିନ୍ନ କାର୍ଯ୍ୟକ୍ରମର ଦାୟିତ୍ଵ ସୁପରିଚାଳିତ ରୂପେ ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିମାନେ ବିଶ୍ଵ ଆଦିବାସୀ ଦିବସରେ ଆଲୋକପାତ କରୁଥିଲେ। ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ସୁନ୍ଦର ମୋହନ ସିଂହ ଏବଂ ମନୋରଞ୍ଜନ ସିଂ ଆଦିବାସୀମାନଙ୍କର ଇତିହାସ, ଆଦିବାସୀମାନଙ୍କର ସମ୍ମାନ ବ୍ୟବସ୍ଥା, ବିଶ୍ଵ ଦରବାର ଆଦି ଆଦିବାସୀମାନଙ୍କର ଅବସ୍ଥା, ସମ୍ବିଧାନରେ ଆଦିବାସୀମାନଙ୍କର ଅଧିକାର ବିଷୟରେ ଏହି ବିଶ୍ଵ ଆଦିବାସୀ ଦିବସରେ ବିଶୃତ ଭାବରେ ଆଲୋକପାତ କରୁଥିଲେ। ଶ୍ରୀଯୁକ୍ତ ସତ୍ୟବାନ ସରେନ ସଭାପତିତ୍ଵ କରୁଥିଲେ।
