ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟରେ ଦୀପାବଳି ସ୍ନେହ ମିଳନ ପର୍ବ, ସମସ୍ତଙ୍କୁ ନିଶାମୁକ୍ତ ସପଥ ପାଠ କରାଇଲେ ଅତିରିକ୍ତ ଜିଲ୍ଲାପାଳ
ଭବାନୀପାଟଣା,(କଲାହାଣ୍ଡି କିଶନ ଶର୍ମା)- ୮/୧୧-ସ୍ଥାନୀୟ ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଶାଖା ଦ୍ୱାରା ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଆଞ୍ଚଳିକ ନିର୍ଦ୍ଦେଶାଳୟ ଜାତୀୟ ସେବା ଯୋଜନା ଭୁବନେଶ୍ୱରର ପ୍ରୟୋଜିତ ଦୀପାବଳୀ ସ୍ନେହ ମିଳନ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବଶକ୍ତିର ଏହି ୧୦୦ ସପ୍ତାହସୁତ୍ରୀ କାର୍ଯ୍ୟକ୍ରମରୁ ଦୀପାବଳୀ ସ୍ନେହ ମିଳନ କାର୍ଯ୍ୟକ୍ରମ ଅନ୍ୟତମ ପ୍ରମୁଖ। ଜାତୀୟ ସେବାଯୋଜନା ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ରଙ୍ଗୋଲୀ, ସ୍ଲୋଗାନ ଲିଖନ, ସମାଜର ଦୁର୍ବଳ ଶ୍ରେଣୀଙ୍କୁ ଦୀପାବଳିର ଦୀପ ଯୋଗାଇବା କାର୍ଯ୍ୟକ୍ରମ, ନିଶାମୁକ୍ତ ସମାଜ ଗଠନର ସପଥ ପାଠ, ସଚେତନତା ସଭା, ନିସାମୁକ୍ତ ଗାନ ଓ ନାଟକ ପରିବେଶଣ କରାଯାଇଥିଲା। ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ସାମାଜିକ ସଂଗଠକ ଜୟନ୍ତ କୁମାର ବେହେରା, ଶିକ୍ଷାବିତ ଡ. ଅଜୟ ମିଶ୍ର, ସଂସ୍କୃତି ସଂଗଠକ ତଥା ମହାବୀର ସାଂସ୍କୃତିକ ଅନୁଷ୍ଠାନର ସାଧାରଣ ସଂପାଦକ ସତ୍ୟନାରାୟଣ ସିଂହ, ଏନ୍ଏସ୍ଏସ୍ କାର୍ଯ୍ୟକ୍ରମ ସଂଯୋଜକ ଜୟନ୍ତ ଦଣ୍ଡସେନା ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲେ। ଜାତୀୟ ସେବାଯୋଜନା କାର୍ଯ୍ୟକ୍ରମ ଅଧିକାରୀ ପ୍ରତାପ ଚନ୍ଦ୍ର ଦାଶ ଦିପାବଳୀ ସ୍ନେହ ମିଳନ ପାଳନର ଉଦ୍ଦେଶ୍ୟ ଆଲୋକପାତ କରିଥିବା ବେଳେ, ଅଧ୍ୟାପକ ଶୁଭେନ୍ଦୁ କୁମାର ପାଢୀ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ପରମେଶ୍ୱର ମୁଣ୍ଡ ନିଶାମୁକ୍ତ ଅଭିଯାନ ଓ ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟର କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ ସମସ୍ତଙ୍କୁ ନିଶାମୁକ୍ତ ସପଥ ପାଠ କରାଇ ଶୁଭେଚ୍ଛା ବାର୍ତ୍ତା ଦେଇଥିଲେ। ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନାଟକ ପରିବେଶଣ ହୋଇଥିବା ବେଳେ ଅଧ୍ୟାପକ ଶୁଶାନ୍ତ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପକ ପୁରୀତ ରଣା, ଅନୁକୁଲ ସାହାଣି, ଦୀନବନ୍ଧୁ ନାଗ, ସୁନୀଲ କୁମାର ଗହୀର ପ୍ରମୁଖ ଏହାର ସଫଳତା ପାଇଁ ସହଯୋଗ କରିଥିଲେ।
