୧୧୫ ପିଲାଙ୍କୁ ଜଣେ ଶିକ୍ଷକ,ଧାରଣା ଦେଲେ ଅଭିଭାବକ
ଜୟପାଟଣା:ତା-୦୯/୧୧(କଳାହାଣ୍ଡି ଜିଲ୍ଲା ଜୟପାଟଣା ରୁ ମଣ୍ଟୁ ପାଣିଗ୍ରାହୀ ଭଞୀଦୁତ ଖବର)ବିଦ୍ୟାଳୟରେ ଶିକ୍ଷକ ଅଭାବ ଓ ମୌଳିକ ସୁବିଧା ନଥିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ। କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଲାଖବାହାଲି ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଶିକ୍ଷକ ନିଯୁକ୍ତି ଦାବିରେ ଧାରଣା ଦିଆଯାଇଛି।ସୂଚନା ଅନୁଯାୟୀ,ଏହି ବିଦ୍ୟାଳୟରେ ଶିଶୁ ବାଟିକା ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୧୧୫ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ପୂର୍ବରୁ ଦୁଇଜଣ ଶିକ୍ଷକ ଓ ଜଣେ ଶିକ୍ଷୟିତ୍ରୀ ଥୂବାବେଳେ ବଦଳି ଓ ଡେପୁଟେସନ ଯୋଗୁଁ ବର୍ତ୍ତମାନ ମାତ୍ର ଜଣେ ଶିକ୍ଷକରେ ବିଦ୍ୟାଳୟ ଚାଲିଛି।ଏପରିକି ଗୋଟିଏ ଶ୍ରେଣୀଗୃହରେ ସମସ୍ତ ଶ୍ରେଣୀର ପିଲାଙ୍କୁ ପାଠ ପଢ଼ାଯାଉଛି।ଏହାସହ ବିଦ୍ୟାଳୟରେ ପର୍ଯ୍ୟାପ୍ତ ଶ୍ରେଣୀଗୃହ,ଶୌଚାଳୟ ଓ ବାଉଣ୍ଡ୍ରି ର ଅଭାବ ରହିଛି।ଏନେଇ ଗତ ୨୭ ତାରିଖରେ ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି ସଦସ୍ୟମାନେ ଜୟପାଟଣା ବିଇଓଙ୍କୁ ଲିଖତ ଅଭିଯୋଗ କରିଥିଲେ। ଖୁବଶୀଘ୍ର ଶିକ୍ଷ ଶିକ୍ଷକ ଯୋଗାଇ ଦିଆଯିବ ବୋଲି ଆଶ୍ବାସନା ଶ୍ୱାସନା ମିଳିଥିଲେ ମଧ୍ୟ ଏଯାଏଁ ନୂତନ ଶିକ୍ଷକ ଯୋଗଦେ ଅନ୍ୟପଟେ ପଟେ ଜି.ନାଗଫେଣି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବ୍ରହ୍ମାନନ୍ଦ ଲାଖବାହାଲି ବିଦ୍ୟାଳୟରେ ୟରେ ଯୋଗଦେବାକୁ ନିର୍ଦ୍ଦେଶ ହୋଇ ଥୂବାସତ୍ତ୍ବେ ସେ ଏଯା ଏଯାଏଁ ଯୋଗ ପାଗଦାନ କରିନାହାନ୍ତି ଏଥିରୁ ସ୍ପଷ୍ଟ ଜଣାପଡୁଛି ଗୋଷ୍ଠୀଶିକ୍ଷା ଅଧୂକାରୀଙ୍କ ନିର୍ଦ୍ଦେ ନିର୍ଦ୍ଦେଶକୁ ଶିକ୍ଷକ କେମିତି ଅବମାନନା କରୁଛନ୍ତି ସାହୁଙ୍କୁ ଲା ଯୋଗଦେଇନାହାନ୍ତି। ।ତୁରନ୍ତି ଶିକ୍ଷକ ନିଯୁକ୍ତି ସହ ଆବଶ୍ୟ ଶ୍ୟକ ଶ୍ରେଣୀଗୃହ,ଶୌଚାଳୟ ଓ ବାଉଣ୍ଡ୍ରି ନିର୍ମାଣ ଦାବି କରିଛନ୍ତି ଅଭିଭାବକ। ଦାବି ଜାରି ରହିବ ବୋଲି ସେମାନେ କହିଛନ୍ତି।
