କଳାହାଣ୍ଡିରେ ରହସ୍ୟଜନକ ମୃତ୍ୟୁକୁ ନେଇ ବଢୁଛି ଚିନ୍ତା
କୋକସରା:ତା-୦୮/୧୧(କଳାହାଣ୍ଡି ଜିଲ୍ଲା କୋକସରା ରୁ ମଣ୍ଟୁ ପାଣିଗ୍ରାହୀ ଭଞୀଦୁତ ଖବର)କଳାହାଣ୍ଡି ଜିଲ୍ଲାରେ ଲଗାତାର ଘଟୁଥିବା ରହସ୍ୟଜନକ ମୃତ୍ୟୁ ଘଟଣା ଏବେ ଚିନ୍ତାର କାରଣ ପାଲଟିଛି।ପ୍ରତ୍ୟେକ ଘଟଣା ପରେ ଉଠୁଛି ଅନେକ ପ୍ରଶ୍ନ, ହେଲେ ଏଯାଏଁ ମିଳିପାରୁନି ସ୍ପଷ୍ଟ ଉତ୍ତର।ଗତମାସ ୨୨ ତାରିଖରେ କୋକସରା ଥାନା ବେହେରା ନିକଟସୁ ଭଣ୍ଡାର ଡ଼ଙ୍ଗରୀରୁ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର ଘଟଣାର ମୃତ୍ୟୁ କାରଣ ଏବେ ବି ଅସ୍ପୃଷ୍ଟ ରହିଛି।ସେହିପରି ଗତକାଲି ଚାଷଜମିରୁ ଲଡ଼ୁଗାଁର ରାଜୁ ବାଗ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଦୁଇ ଦିନ ପରେ ମଧ୍ଯ କଟାମୁଣ୍ଡର ସନ୍ଧାନ ମିଳିନାହିଁ। ଏହାରି ମଧ୍ଯରେ ଆଜି ପୁଣି କେନାଲ ଗେଟ୍ରୁ ମତୁଆଲଗୁଡାର ଭାରତ କରୁଆଁ ୨୫ ବର୍ଷୀୟ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣାକୁ ନେଇ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି।ଲଗାତାର ଏଭଳି ଘଟଣା ଜିଲ୍ଲାର ଆଇନଶୃଙ୍ଖଳା ସ୍ଥିତି ଓ ଅପରାଧ ନିୟନ୍ତ୍ରଣକୁ ନେଇ ପ୍ରଶ୍ନ ଉଠାଇଛି। ରହସ୍ୟଜନକ ମୃତ୍ୟୁ ଘଟଣାଗୁଡ଼ିକର ତଦନୁ କେତେ ଦୂର ଆଗେଇଛି ଏବଂ ପ୍ରକୃତ ସତ୍ୟ କେବେ ସାମ୍ନାକୁ ଆସିବ, ତାହାକୁ ନେଇ ଏବେ ଜିଲ୍ଲାବାସୀଙ୍କ ମଧ୍ୟରେ ଚର୍ଚ୍ଚା। ନ୍ୟାୟ ଅପେକ୍ଷାରେ ରହିଛନ୍ତି ମୃତକଙ୍କ ପରିବାର।
