ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ରାୟଗଡ ଦ୍ୱାରା ରାଷ୍ଟ୍ରିୟ ଆଇନ ସେବା ଦିବସ ପାଳନ
(ଡା:ରମେଶ କୁମାର.ନି:ପ୍ର)
ରାୟଗଡ, ୯.୧୧.୨୬: ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜିଲ୍ଳା ଦୌରା ଜଜ୍ ଶ୍ରୀ ଦାମୋଦର ରଥ ଙ୍କ ପରାମର୍ଶ କ୍ରମେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତାରେ ଅଦ୍ୟ ତା ୦୯.୧୧.୨୦୨୬ ରିଖ ସୋମବାର ଦିନ ସକାଳ ସମୟ ଘ.୯.୩୦ମି ରେ ସ୍ଥାନୀୟ ଶ୍ରୀ ଚୌତନ୍ୟ ଟେକନୋ ସ୍କୁଲ, ରାୟଗଡ ପରିସରରେ “ରାଷ୍ଟ୍ରିୟ ଆଇନ ସେବା ଦିବସ” ପାଳିତ ହୋଇଯାଇଛି I ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀମତି ଅପର୍ନା ମହାପାତ୍ର, ଜେ.ଏମ୍.ଏସ୍.ସି ପାୟଲ ଅତା, ରାୟଗଡ ଜିଲ୍ଲା ଆଇନ ସେବା ପ୍ରାଧିକରଣର ପାନେଲ ଓକିଲ ଶ୍ରୀ ସୀତାରାମ ପଣ୍ଡା, ଶ୍ରୀ ଚୋଇତନ୍ୟ ଟେକନୋ ସ୍କୁଲ ର ଅଧ୍ୟକ୍ଷ ଓ ଶିକ୍ଷକ, କର୍ମଚାରୀ, ଛାତ୍ର ଓ ଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ I ଉପସ୍ଥିତ ଥିବା ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀମତି ଅପର୍ନା ମହାପାତ୍ର ନିଜର ବକ୍ତବ୍ୟରେ ୧୯୮୭ ମସିହାରେ ପ୍ରଣିତ ଆଇନ ସେବା ପ୍ରାଧିକରଣ ଆଇନ ୧୯୯୫ ମସିହା ନଭେମ୍ବର ୯ ତାରିଖରୁ କାର୍ଯ୍ୟକାରୀ ହୋଇଥିଲା I ଏହାକୁ ସ୍ମରଣ କରି ପ୍ରତିବର୍ଷ ନଭେମ୍ବର ୯ ତାରିଖରେ ଏହି ଦିବସ ପାଳନ କରାଯାଏ ବୋଲି କହିଥିଲେ I ସେହିପରି ଉପସ୍ଥିତ ଥିବା ଅନ୍ୟ ଅତିଥିମାନେ ନିଜ ନିଜର ବକ୍ତବ୍ୟରେ ସମାଜର ଗରିବ, ଅସହାୟ ଓ ଆର୍ଥିକ ଦୁର୍ବଳ ବର୍ଗର ଲୋକଙ୍କୁ ମାଗଣା ଆଇନଗତ ସହାୟତା ପ୍ରଦାନ ଏବଂ ସମସ୍ତଙ୍କୁ ପାଇ ନ୍ୟାୟ ସୁନିଶ୍ଚିତ କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ୍ ବୋଲି କହିଥିଲେ I ସର୍ବୋପରି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତ ଛାତ୍ରଛାତ୍ରୀ ଓ ମାନ୍ୟବର ଅତିଥି ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କ ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମଟି ସଫଳତାର ସହିତ ଶେସ ହୋଇଛି I
