କଣ୍ଟେନରରୁ ୫୦ରୁ ଊର୍ଦ୍ଧ୍ବ ଗୋରୁ ଉଦ୍ଧାର,ଅନେକ ବଳଦଙ୍କ ମୃତ୍ୟୁ
କୋକସରା:ତା-୦୮/୧୧(କଳାହାଣ୍ଡି ଜିଲ୍ଲା କୋକସରା ରୁ ମଣ୍ଟୁ ପାଣିଗ୍ରାହୀ ଭଞୀଦୁତ ଖବର)କଳାହାଣ୍ଡି ଜିଲ୍ଲାରେ ପୁଣି ଗୋରୁ ଚାଲାଣ ଘଟଣା ସାମ୍ନାକୁ ଆସିଛି। କୋକସରା ଥାନା ଅନୁର୍ଗତ ଧନପୁର-ତେତେଲପଡ଼ା ନିକଟରେ ଏକ ନମ୍ବରବିହୀନ କଣ୍ଟେନରରୁ ୫୦ରୁ ଊର୍ଦ୍ଧ୍ବ ଗୋରୁଙ୍କୁ ପୋଲିସ ଉଦ୍ଧାର କରିଛି।ତେବେ କଣ୍ଟେନର ଭିତରେ ଅତ୍ୟଧୂକ ସଂଖ୍ୟାରେ ଗୋରୁଙ୍କୁ ଭର୍ତ୍ତି କରାଯାଇଥିବାରୁ ଅନେକ ବଳଦଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।ସୂଚନା ଅନୁସାରେ,ଏକ କଣ୍ଟେନରରେ ବହୁ ସଂଖ୍ୟାରେ ଗୋରୁ ଚାଲାଣ ହେଉଥିବା ନେଇ କୋକସରା ପୋଲିସ ଖବର ପାଇ ଘଟଣାସୁଳରେ ପହଞ୍ଚିଥିଲା।ଯାଞ୍ଚ ସମୟରେ ଗାଡ଼ି ଭିତରୁ ୫୦ରୁ ଊର୍ଦ୍ଧ୍ବ ଗୋରୁ ଉଦ୍ଧାର ହୋଇଥିଲେ।ପରେ ସେମାନଙ୍କୁ ବାଙ୍କିମୁଣ୍ଡା ସ୍ଥିତ ଗୋଶାଳାକୁ ପଠାଯାଇଥିଲା। ଅନ୍ୟପକ୍ଷରେ ଜବତ କଣ୍ଟେନରରେ କୌଣସି ନମ୍ବର ପ୍ଲେଟ୍ ନଥୁବାରୁ ଗାଡ଼ିର ମାଲିକ ଓ ଗୋରୁ ଚାଲାଣର ଉତ୍ସ ଏବଂ ଗନ୍ଧବ୍ୟସୁଳକୁ ନେଇ ପ୍ରଶ୍ନ ଉଠିଛି। କୋକସରା ପୋଲିସ ଗାଡ଼ିକୁ ଜବତ କରି ଘଟଣାର ତଦନୁ ଜାରି ରଖୁଛି।
