ଝାରପୋଖରିଆରେ ଧୂମଧାମରେ ପାଳିତ ହେଲା ମା’ କାଳୀଙ୍କ ୭୩ତମ ପୂଜୋତ୍ସବ; ଭକ୍ତିମୟ ପରିବେଶରେ କଟିଲା ନିଶାଧାରାତ୍ରୀ
______________
ସାରସକଣା,(୯.୧୧.୨୬)(ନି.ପ୍ର):
ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ଝାରପୋଖରିଆ ସ୍ଥିତ ମା’ କାଳୀ ମଣ୍ଡପରେ ଚଳିତ ବର୍ଷ ମା’ କାଳୀଙ୍କ ପୂଜାର୍ଚ୍ଚନା ଅତ୍ୟନ୍ତ ଉତ୍ସାହ ଏବଂ ଧୂମଧାମରେ ପାଳିତ ହୋଇଯାଇଛି। ଏହା ମା’ଙ୍କ ୭୩ତମ ବାର୍ଷିକ ପୂଜା ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଏକ ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।
ନିଶାଧାରାତ୍ରୀ ସମୟରେ ବାଣ, ରୋଷଣୀ ଏବଂ ବିଭିନ୍ନ ବାଜାର ପ୍ରତିଧ୍ୱନିରେ ଏକ ଭବ୍ବ୍ୟ ଶୋଭାଯାତ୍ରା ସହିତ ମା’ଙ୍କ ଘଟ ଉତ୍ତୋଳନ କରାଯାଇଥିଲା। ପୂଜା କମିଟିର କର୍ମକର୍ତ୍ତାଙ୍କ ସମେତ ଶତାଧିକ ଶ୍ରଦ୍ଧାଳୁ ଏହି ଶୋଭାଯାତ୍ରାରେ ଯୋଗଦେଇ ମା’ଙ୍କ ଘଟକୁ ମଣ୍ଡପକୁ ଆଣିଥିଲେ।
ଘଟ ସ୍ଥାନାନ୍ତର ପରେ, ରାତ୍ରୀ ସମୟରେ ମୁଖ୍ୟ ପୂଜକ ଅଗଣୀ ମିଶ୍ର ଏବଂ ତାଙ୍କର ସହଯୋଗୀ ପୂଜକମାନଙ୍କ ଦ୍ୱାରା ଶାସ୍ତ୍ରୀୟ ବିଧିବଦ୍ଧ ଭାବେ ମା’ଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ହଜାର ହଜାର ଭକ୍ତଙ୍କ ଉପସ୍ଥିତି ଓ ମନ୍ତ୍ରୋଚାରଣରେ ସମଗ୍ର ପରିବେଶଟି ଚିନ୍ମୟ ହୋଇଉଠିଥିଲା।
ଏହି ସମଗ୍ର କାର୍ଯ୍ୟକ୍ରମକୁ ସଫଳ କରିବାରେ ପୂଜା କମିଟିର ଦୌତାରୀ ପ୍ରଧାନ, ମିଲୁ ମିଶ୍ର, କ୍ରିଷ୍ଣା କେଶବ ଦାସ, ସନତ ପଣ୍ଡା, କ୍ରିଷ୍ଣା ବାରିକ, ଏବଂ ବିଜୟ ବାରିକ ପ୍ରମୁଖ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ଶତାଧିକ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ ସହିତ ପ୍ରସାଦ ସେବନ କରି କୃତାର୍ଥ ହୋଇଥିଲେ । ଅନିଲ କୁମାର ସାହୁ ସାରସକଣା ପ୍ରତିନିଧି ଭଞ୍ଜଦୂତ ଖବର ।
