ଭଞ୍ଜଦୂତ ଖବର ପ୍ରସାରଣ ପରେ NAC କର୍ତ୍ତୃପକ୍ଷଙ୍କ ତତ୍ପରତାବାଲିଗୁଡ଼ାରେ ୱାର୍ଡ ନଂ-୧ରୁ ୩କୁ ସଂଯୋଗ କରୁଥିବା ରାସ୍ତାର ମରାମତି ଆରମ୍ଭ।
ବାଲିଗୁଡ଼ା, (ନି.ପ୍ର) : ଭଞ୍ଜଦୂତ ଖବର ପ୍ରସାରଣ ପରେ ଶେଷରେ ନିଦ ଭାଙ୍ଗିଲା ବାଲିଗୁଡ଼ା ଏନ୍ଏସି କର୍ତ୍ତୃପକ୍ଷଙ୍କର। ଦୀର୍ଘଦିନ ଧରି ଅବହେଳିତ ଅବସ୍ଥାରେ ପଡ଼ିରହିଥିବା ୱାର୍ଡ ନଂ-୧ରୁ ୱାର୍ଡ ନଂ-୩କୁ ସଂଯୋଗ କରୁଥିବା ବାଇପାସ ରାସ୍ତାର ମରାମତି କାର୍ଯ୍ୟ ଆରମ୍ଭ ହୋଇଥିବା ଜଣାପଡ଼ିଛି।ଏହି ରାସ୍ତାର ଦୟନୀୟ ଅବସ୍ଥାକୁ ନେଇ ପୂର୍ବରୁ ଭଞ୍ଜଦୂତ ଖବର ପ୍ରସାରଣ କରିଥିଲା। ରାସ୍ତାରେ ବଡ଼ ବଡ଼ ଖାଲଖମା ଯୋଗୁଁ ଯାତାୟାତରେ ସାଧାରଣ ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ନେଇ ଖବରରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହାପରେ ରାସ୍ତାର ମରାମତି କାର୍ଯ୍ୟ ଆରମ୍ଭ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମନରେ ଆଶା ସଞ୍ଚାର ହୋଇଛି।ତେବେ ରାସ୍ତାର ମରାମତି କେବଳ ଆରମ୍ଭରେ ସୀମିତ ନରହି ଏହାର ଗୁଣାତ୍ମକ ମାନ ବଜାୟ ରଖି ସମ୍ପୂର୍ଣ୍ଣ କରାଯିବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।ଭଞ୍ଜଦୂତରେ ଖବର ପ୍ରସାରଣ ପରେ ପ୍ରଶାସନିକ ତତ୍ପରତା—ଏହା ଗଣମାଧ୍ୟମର ଜନସ୍ୱାର୍ଥମୂଳକ ଭୂମିକାର ଏକ ଉଦାହରଣ।
