ଭାଜପାର “ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ” ପ୍ରମୁଖ ନାଗରିକ ସମ୍ମିଳନି।
ଉମରକୋଟ ତା:-୨୬:୧୦:୨୦୨୬ ସୋମବାର ନବରଙ୍ଗପୁର ଜିଲ୍ଲା ଉମରକୋଟ ଠାରେ ଏକ ପ୍ରମୁଖ ନାଗରିକ ସମ୍ମିଳନିର ଆୟଜନ ହଟେଲ ଏସ୍ ଏସ୍ ଠାରେ ଆୟ ଜିତ କରାଯାଇଥିଲା।
“ଗଣତନ୍ତ୍ର ବଞ୍ଚାଅ,ଅରାଜକତା ହଟାଅ” ହେଉଛି ଭାଜପା ଦ୍ବାରା ଆୟଜିତ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ଏବଂ ସଚେତନତା ଅଭିଯାନ,ଗଣତନ୍ତ୍ର ରକ୍ଷା ଜନସ୍ବାର୍ଥର ରକ୍ଷା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସୁଦ୍ରୁଢ କରିବା ଏହାର ମୁଖ୍ଯ ଉଦ୍ଧେଶ୍ୟ। ଓଡିଶାର ବିଭିନ୍ନ ଜିଲ୍ଲା କାର୍ଯ୍ୟାଳୟ ଏବଂ ସ୍ତାନିୟ ସଭାଗ୍ରୁହ ମାନକଂରେ କରାଯାଉଅଛି ସେହିପରି ଆଜି ଉମରକୋଟ ହଟେଲ ଏସ୍ ଏସ୍ ଠାରେ ବିଭିନ୍ନ ବୁଦ୍ଧି ଜୀବିଙ୍କୁ ନେଇ ଏହି କାର୍ଯ୍ୟକ୍ରମର ଆୟଜନ କରାଯାଇଥିଲା ଏଥିରେ ମୁଖ୍ଯ ବକ୍ତା ଭାବେ ସଂଘ ବିଚାରକ ଡ:ହିମାଂଶୁ ମିଶ୍ର ଓ ବରିଷ୍ଠ ଶିକ୍ଷାବିତ ପ୍ରଦୀପ ମିଶ୍ର ବିଷୟ ବସ୍ତୁ ଉପେର ଆଲୋକପାତ କରିଥିଲେ।
ଗଣତନ୍ତ୍ର ସୁରକ୍ଷା ଜନସାଧାରଣଙ୍କ ଅଧିକାରର ସୁରକ୍ଷା ଏବଂ ଏକ ସୁଦ୍ରୁଢ ଓ ଶ୍ରୁକଂଖଳିତ ସମାଜ ଗଠନ କରିବା ଏହାର ସଂକଳ୍ପ ବଲି ବାର୍ତ୍ତା ଦେଇଥିଲେ, ଗଣତନ୍ତ୍ରର ମର୍ଯ୍ୟଦା ରକ୍ଷାକରିବା, ଅରାଜକତା ବିରୁଦ୍ଧରେ ସ୍ବର ଉଠେଇବା ରାଷ୍ଟ୍ର ହିତରେ ନିଜର କର୍ତ୍ତବ୍ଯ ପାଳନ କରିବା ପାଇଁ ଜନସଚେତନ କରେଇଥିଲେ।
୨୦୧୪ ପରେ କେନ୍ଦ୍ରରେ ମୋଦିଙ୍କ ନେତ୍ରୁତ୍ଵରେ ଭାଜପାର ସରକାର ହେବାଠାରୁ ଦେଶରେ ସମସ୍ତ ପ୍ରକାର ସାମଗ୍ରୀକ ବିକାଶ ହୋଇଛି ଏବଂ ଜନହିତକାରୀ ଯୋଜନା ଜନସାଧାରଣ ଉପଲବ୍ଧୀ କରିଛନ୍ତି ରାଷ୍ଟ୍ର ହିତ କାର୍ଯ୍ୟକ୍ରମ ହୋଇଛି ଦେଶ ବିଦେଶରେ ଭାଜପା ସରକାରରେ ନରେନ୍ଦ୍ର ମୋଦିକଂ ସୁଶାସନର ଛବି ବଢିଛି କିନ୍ତୁ ବିରୋଧି ଏବଂ ବିରୋଧି ମେଣ୍ଟକୁ କୌଣସି ମୁଦ୍ଦା ମିଳୁନଥିବା ହେତୁ ଆଜିର ଜେନ୍ଜି ନାମରେ ନୂଆ ଯୁବପିଢିକୁଂ ଭ୍ରମିତକରି ଦେଶର ଯନ୍ତରମନ୍ତର ଭଳି ବିଭିନ୍ନ ଜାଗାରେ ଶତ୍ରୁ ଦେଶକଂ ଫଣ୍ଡରେ ଯେଉଁପରି ଅରାଜକତା ସ୍ରୁଷ୍ଟିକରି ଗଣତନ୍ତ୍ରର ହନନ କରିବା ଭଳି ଯେଉଁ କୁଶ୍ଚିତ ଉପାୟ ଏବଂ ରାଷ୍ଟ୍ର ବିରୋଧ କାର୍ଯ୍ୟକ୍ରମ କରୁଛନ୍ତି ତାହା ଦେଶକୁ ବହୁତ ବଡ ସଂକଟରେ ପକାଇପାରେ, ଯାହା ଆଜିର ଯୁବପିଢି ଜାଣି ପାରୁନାହାନ୍ତି ସେ କୁମ୍ଭକାର ଶାଳର ଓଦାମାଟିଭଳି ବ୍ୟବହ୍ରୁତ ହେଉଛନ୍ତୁ। ଏହି ଜେନ୍ଜି ଯୁବପିଢିକୁଂ ପ୍ରମୁଖ ନାଗରିକମାନଙ୍କ ଦ୍ବାରା ସଚେତନ କରାଇବା ଏହା ଏକ ମାଧ୍ୟମ ଅଟେ।
ଏହି କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ଶ୍ରିଯୁକ୍ତ ନିତ୍ୟାନନ୍ଦ ଗଣ୍ଡ, ନବରଂଗପୁର ସାଂସଦ ଶ୍ରୀଯୁକ୍ତ ବଳଭଦ୍ର ମାଝୀ, ଝରିଗାଁ ବିଧୀୟକ ଶ୍ରୀଯୁକ୍ତ ନରସିଗଂ ଭତରା, ଜିଲ୍ଲା ସଭାପତି କୁଞ୍ଜବିହାରୀ ଦାସ, ଜିଲ୍ଲା ସାଧାରଣ ସଂପାଦକ ସୁରେଶ ଆଚାର୍ଯ୍ୟ, ମନ୍ତ୍ରୀ ପ୍ରତିନିଧି ଅଶୋକ ପୀଢି, ମଣ୍ଡଳ ସଭାପତି ସନ୍ତୋଷ ଶର୍ମା, ସାଧାରଣ ସଂପାଦକ ପ୍ରଭାତ ନାୟକକଂ ସହ ଭାଜପାର ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
