ଘରୋଇ ଯାତ୍ରୀବାହି ବସ ଧକାରେ ସାଇକେଲ ଆରୋହୀ ଙ୍କ ମୃତ୍ୟୁ।
ବେତନଟୀ : ବେତନଟୀ ଥାନା ଅଧିନ ୧୮ ନମ୍ବର ଜାତୀୟ ରାଜପଥ ର ଦାନ୍ତିଆମୁଁହା ଛକ ନିକଟରେ ସମୋବାର ସନ୍ଧ୍ୟା ରେ ଏକ ଘରୋଇ ଯାତ୍ରୀବାହି ବସ ଧକାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଜନକ ହେଉଛନ୍ତି ଦାନ୍ତିଆମୁଁହା ନିକଟ ନୁଆସାହି ଗ୍ରାମର ସୋମନାଥ ସିଂ (୨୬) ବୋଲି ଜଣାପଡିଛି। ଘଟଣାରୁ ପ୍ରକାଶ ଇନ୍ଦ୍ରାଣୀ (ଶିବଶ୍ରୀ) ନାମ୍ନୀ ଯାତ୍ରୀବାହି ବସଟି ଭୁବନେଶ୍ୱର ରୁ ବାରିପଦା କୁ ଫେରୁଥୁବା ସମୟରେ ଦାନ୍ତିଆମୁଁହା ଛକ ନିକଟରେ ସମନାଥ ସିଂ ସାଇକେଲରେ ଜାତୀୟ ରାଜପଥ ଅତିକ୍ରମ କରୁଥିଲେ। ରାଜପଥ ରେ ସାଇକେଲ ରେ ଅତିକ୍ରମ କରୁଥିବା ସମୟରେ ଏହି ବସ ସାମନାଥ ସିଂ ଙ୍କୁ ଧକା ଦେଇଥିଲା। ସ୍ଥାନୀୟ ଲୋକମାନେ ଗୁରୁତର ଥିବା ସାମନାଥ ଙ୍କୁ ଦୁର୍ଘଟଣା ସ୍ଥାନ ରୁ ଏକ ଅଟୋ ସାହାଯ୍ୟରେ କେସିପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବେତନଟୀ ପୋଲିସ ଓ ଦାନ୍ତିଆମୁହାଁ ଫାଣ୍ଡି ର କାର୍ଯ୍ୟରତ ଥିବା ପୋଲିସ ଙ୍କ ମିଳିତ ସହଯୋଗ ରେ ଦୁର୍ଘଟଣା ସ୍ଥାନ ର ଉପସ୍ଥିତ ରହି ତଦନ୍ତ କରୁଥିବା ର ଜଣାପଡିଛି। ଖବର ଲେଖା ବେଳକୁ ଥାନାରେ କୌଣସି ଏତେଲା ହୋଇ ନଥିବାର ଜଣାପଡ଼ିଛି।
