ବେତନଟୀ ଠାରେ ଶକ୍ତିମାନ ଜିମନାସିୟମର ସକ୍ରିୟ ସଦସ୍ୟ ବୈଠକ ଅନୁଷ୍ଠିତ
ବେତନଟୀ ୨୫/୧୦ :
ବଡ଼ସାହି ବିଧାନସଭା କ୍ଷେତ୍ର ଅନ୍ତର୍ଗତ ଶକ୍ତିମାନ ଜିମନାସିୟମ ପକ୍ଷରୁ ଆଜି ବେତନଟୀ ଧର୍ମଶାଳା ଠାରେ ଏକ ଗୁରୁତ୍ୱପୂର୍ଣ ସକ୍ରିୟ ସଦସ୍ୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବଡ଼ସାହି ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳରୁ ଶତାଧିକ ଯୁବକ ଏବଂ ସକ୍ରିୟ ସଦସ୍ୟ ମାନେ ଯୋଗଦେଇଥିଲେ। ଏହି ବୈଠକ ରେ ଶକ୍ତିମାନ ଜିମନାସିୟମ ପ୍ରତିଷ୍ଠାତା ଶ୍ରୀ ପରେଶ ଚନ୍ଦ୍ର ମହାନ୍ତ ଯୋଗ ଦାନ ଦେଇଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଶ୍ରୀ ସୁକୁଲ ମୁର୍ମୁ, କାଳିଚରଣ ନାଏକ, ସୁରଜ ଲୋହାର, ସଂଗ୍ରାମ କେଶରୀ ଦେବ ରାଜକିଶୋର ସାହା,ବ୍ରଜମୋହନ ବେହେରା, ଜନାର୍ଦନ ମହାନ୍ତ, ଭାଗବତ ବେହେରା, ସୌମ୍ୟରଞ୍ଜନ ମିଶ୍ର, ବିପ୍ଳବ ବୁଗୁଡେଇ ପ୍ରମୁଖ ମଞ୍ଚାସିନ ଥିଲେ।
ବୈଠକରେ ଜିମନାସିୟମର ଆଗାମୀ କାର୍ଯ୍ୟପନ୍ଥା, ଯୁବ ସମାଜକୁ ନିଶା ମୁକ୍ତ କରି ଫିଟନେସ ପ୍ରତି ଆକୃଷ୍ଟ କରିବା ଏବଂ ବଡ଼ସାହି ବିଧାନସଭା କ୍ଷେତ୍ର ସହିତ ସାରା ମୟୁରଭଞ୍ଜ ର ସମସ୍ତ ବ୍ଲକ ଅଞ୍ଚଳରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା। ସଂଗଠନ ପକ୍ଷରୁ କୁହାଯାଇଛି ଯେ, ଆଗାମୀ ଦିନରେ ମୟୁରଭଞ୍ଜ ର ପ୍ରତ୍ୟେକ ବ୍ଲକ ରେ ଶାଖା ଖୋଲାଯିବ ଏବଂ ଯୁବକ ମାନଙ୍କ ପାଇଁ ମାଗଣା ଫିଟନେସ କ୍ୟାମ୍ପ କରାଯିବ। ଏହା ସହ ରକ୍ତଦାନ ଶିବିର ଏବଂ ସମାଜ ସେବା କାର୍ଯ୍ୟ ମଧ୍ୟ ଜାରି ରହିବ। ଏହି ବୈଠକରେ ଶ୍ରୀଯୁକ୍ତ ପରେଶ ମହାନ୍ତ ବ୍ୟକ୍ତବ୍ୟ ରେ କହିଥିଲେ କି ବିଭିନ୍ନ ସରକାରୀ ଯୋଜନା କୁ ଉପଯୋଗ କରି କେନ୍ଦ୍ର ସରକାର ଙ୍କ ଖେଲୋ ଇଣ୍ଡିଆ ଯୋଜନା ଉପଯୋଗ କରି ଛୋଟ ଛୋଟ ଛାତ୍ର ଛାତ୍ରୀ ମାନଙ୍କର ଭବିଷ୍ୟତ କେରିଅର ମଧ୍ୟ ନିର୍ମାଣ କରା ଯାଉଛି।ନିଶା ନିବାରଣ ଠାରୁ ଆରମ୍ଭ କରି ଶିକ୍ଷା ବ୍ୟବସ୍ଥା, ସ୍ୱସ୍ଥ୍ୟ ବ୍ୟବସ୍ଥା ଓ ପରିବେଶ କୁ କିପରି ସଜଡ଼ା ଯାଇ ପାରିବ ସେଇ ବିଷୟରେ ବ୍ୟକ୍ତବ୍ୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଶକ୍ତିମାନ ଜିମନାସିୟମ ତରଫରୁ ଅଥଲେଟ ଲକ୍ଷ୍ମୀଧର ପାକଳ କୁ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧନା କରାଯଇଥିଲା। ଏହି କାର୍ଯ୍ୟକ୍ରମ କୁ ସଠିକ ଭାବାରେ ପରିଚାଳନା କରିବା ପାଇଁ ବରିଷ୍ଠ ସଦସ୍ୟ ଭାଗବତ ଦଣ୍ଡପାଟ ଓ ତାଙ୍କୁ ସହଯୋଗ କରିବା ପାଇଁ ପୁନିତ କ୍ରିଷ୍ଣା ସାହୁ, ଶିଶିର ବେହେରା, ଶ୍ରୀତମ ରାଜ ସାହା, ବିରେନ ସାହୁ, କୁନା ମହାନ୍ତ ଉପସ୍ଥିତ ରହିଥିଲେ। ପରିଶେଷରେ ଶ୍ରୀ କାଳିଚରଣ ନାଏକ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।
