ତାଳଚେରରେ ରାସ୍ତା ଓ ରେଳ ରୋକ। ଆନ୍ଦୋଳନ ନେତୃତ୍ୱ ନେଲେ ପୂର୍ବତନ ସାଂସଦ ମହେଶ ସାହୁ
ତାରିଖ: ୧୧/୧୦/୨୬
ତାଳଚେର: ବିପର୍ଯ୍ୟସ୍ତ ଗମନା ଗମନ ବ୍ୟବସ୍ଥାର ସୁଧାର ଓ ବିଭିନ୍ନ ଦାବୀ ପୂରଣ ନେଇ ତାଳଚେର- ବିଜୁଗୋଳ ପଞ୍ଚାୟତର ଆମ୍ବପାଳଠାରେ ରାସ୍ତା ଓ ରେଳ ରୋକ ଆନ୍ଦୋଳନ କରିଛନ୍ତି । ଢେଙ୍କାନାଳ ପୂର୍ବତନ ସାଂସଦ ତଥା ତାଳଚେର – ପାଲଲହଡ଼ାର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ମହେଶ ସାହୁ ଜାତୀୟ ରାଜପଥ ୧୪୯ଓ ୫୩ର ଶୋଚନୀ ଅବସ୍ଥା ଏବଂ ଗୋଡ଼ିବନ୍ଧ ଠାରୁ ଏନଟିପିସି ପର୍ଯ୍ୟନ୍ତ ରାସ୍ତାରେ ଖାଲଖମ ଯୋଗୁଁ ଲୋକେ ଦୁର୍ଦ୍ଦଶା ଭୋଗୁଥିବା ବେଳେ ଦୁର୍ଘଟଣା ମଧ୍ୟ ବଢୁଛି। ଏହି ରାସ୍ତାର ତୁରନ୍ତ ମରାମତି ଓ ଗୋଡିବନ୍ଧ- ଏନଟିପିସି ରାସ୍ତାକୁ ଜାତୀୟ ରାଜପଥ ବିଭାଗକୁ ହସ୍ତାନ୍ତର କରିବାକୁ ଶ୍ରୀଯୁକ୍ତ ସାହୁ ଦାବୀ କରିଛନ୍ତି । ଆନ୍ଦୋଳନ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଗାଡ଼ି ଅଟକି ରହିଥିବା ବେଳେ ରେଳ ରୋକ ଯୋଗୁଁ ଏନଟିପିସିକୁ କୋଇଲା ପରିବହନ ବାଧାପ୍ରାପ୍ତ ହେଉଥିଲା । ଏଥି ସହିତ ଖଣି ଓ ଖଣିଜ ସମ୍ପଦ ସମ୍ପର୍କିତ ଆଇନର ସଂଶୋଧନକୁ ପ୍ରତ୍ୟାହାର କରିବାକୁ ମଧ୍ୟ ସେ ଦାବୀ ଉଠାଇଛନ୍ତି । ମହେଶସହୁଙ୍କ ନେତୃତ୍ୱ ରେ ଚାଲିଥିବା ଏହି ଆନ୍ଦୋଳନରେ ଗାନ୍ଧୀ ବିଚାର ମଞ୍ଚର ସଦସ୍ୟଙ୍କ ସମେତ ବିଜେଡି କର୍ମୀ ଓ ସମର୍ଥକ ମାନେ ସାମିଲ ହୋଇ ଥିଲେ । ଦାବୀ ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଶ୍ରୀ ସାହୁ ଚେତାବନୀ ଦେଇଛନ୍ତି
ତାଳଚେର ରୁ କୃତ୍ତିବାସ ନାୟକଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର
