କୋଟପାଡ଼ ରେ Level 3 ଶିକ୍ଷକ ଙ୍କ ସମ୍ବର୍ଦ୍ଧନା ସଭା ଓ ଉତ୍ସବ ଅନୁଷ୍ଠିତ l
କୋଟପାଡ଼ (ଭଞ୍ଜ ଦୂତ )
ଗତ 9/10/26 ତାରିଖ କୋଟପାଡ଼ ଶିକ୍ଷକ ସଂଘ ତରଫରୁ ନୂତନ ଭାବେ level 3 କୁ ପଦନ୍ନୋତି ପାଇଥିବା ପ୍ରଧାନ ଶିକ୍ଷକ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ସମ୍ବର୍ଦ୍ଧନା ସଭାରେ କୋଟପାଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ସବିତା ଷଡ଼ଙ୍ଗୀ ମହୋଦୟା ଏବଂ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ପଦ୍ମନ ରନ୍ଧାରୀ ଯୋଗ ଦେଇଥିଲେ। ଶ୍ରୀମତୀ ସୁନିତା ନାୟକ ଉପ ସଭାପତି ଶିକ୍ଷକ ସଂଘ କୋଟପାଡ଼ ସଭାପତିତ୍ୱ କରିଥିଲେ। ସର୍ବ ପ୍ରଥମେ ନିମଂତ୍ରିତ ଅଥିତି ଦ୍ବୟଙ୍କୁ ଉପଢୌକନ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା। ଏହାପରେ କୋଟପାଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ 35 ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ପୁଷ୍ପ ଗୁଚ୍ଛ ଏବଂ ନୂତନ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ। ନବ ନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଆଗାମୀ ଦିନରେ କୋଟପାଡ଼ ବ୍ଲକ ପାଇଁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାରେ ସହାୟକ ହେବେ ବୋଲି ଗୋଷ୍ଠୀ ଅଧିକାରୀ ଆଶା ବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ଶ୍ରୀ ପଙ୍କଜ କୁମାର ମହାନ୍ତି ପରିଚାଳନା କରିଥିଲେ।
