ଭୁବନେଶ୍ଵରୀ କୋଇଲାଖଣି ର ଟ୍ରକ୍ ମାଲିକଙ୍କ ସମସ୍ୟା ନେଇ ଆଲୋଚନା
ତାରିଖ: ୧୧/୧୦/୨୦୨୬
ତାଳଚେର: ଭୁବନେଶ୍ଵରୀ କୋଇଲା ଖଣିର ଟ୍ରକ୍ ମାଲିକ ସଂଘ ପକ୍ଷରୁ ଟ୍ରକ ମାଲିକ ମାନଙ୍କ ବିଭିନ୍ନ ସମସ୍ୟା ଓ ଦାବୀକୁ ନେଇ। ଆଲୋଚନା କରାଯାଇଛି । ଅହି ଆଲୋଚନାରେ ତାଳଚେର ଯୁବ ବିଜେପି ନେତା ତଥା ଅନୁଗୋଳ ଜିଲ୍ଲାର ବିଜେପି ଉପସଭାପତି ଶ୍ରୀଯୁକ୍ତ ମନୋଜ କୁମାର ପ୍ରଧାନ ଯୋଗ ଦେଇ ଟ୍ରକ୍ ମାଲିକ ମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଟ୍ରକ୍ ମାଲିକ ମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସେମାନଙ୍କ ନ୍ୟାୟୋଚିତ ଦାବୀ ଗୁଡ଼ିକର ପୂରଣ ଉପରେ ଗୁରୁତ୍ୱ ରୋପ କରାଯାଇଥିଲା ।ଟ୍ରକ୍ ମାଲିକ ମାନଙ୍କ ସ୍ୱାର୍ଥର ସୁରକ୍ଷା ଓ ସେମାନଙ୍କ ସମସ୍ୟାର ସମାଧାନ ଦିଗରେ ଆବଶ୍ୟକ ପଦ କ୍ଷେପ ନେବା ଉପରେ ମଧ୍ୟ ଆଲୋଚନା ହୋଇଥିଲା । ଟ୍ରକ୍ ମାଲିକ ମାନଙ୍କ ଦାବିକୁ ଗୁରୁତ୍ଵ ଦେଇ ସେମାନଙ୍କ ସମସ୍ୟାର ସମାଧାନ ଦିଗରେ ସକାରାତ୍ମକ ପଦକ୍ଷେପ ନିଆଯିବା ନେଇ ଆଶା ପ୍ରକାଶ ପାଇଛି
ତାଳଚେର ରୁ କୃତ୍ତିବାସ ନାୟକଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର
