ପ୍ରେସ କ୍ଲବ, ବସ୍ତାର ସାଙ୍ଗଠନିକ ବୈଠକ ଓ ଶାରଦୀୟ ବନ୍ଧୁମିଳନ।
ବସ୍ତା:- (ନି.ପ୍ର) ସେଖ ଆଜାରୁଦ୍ଦିନ
ବସ୍ତା ବ୍ଲକ ଅନ୍ତର୍ଗତ ବାହାର୍ଦ୍ଦା ଡାକବଙ୍ଗଳାଠାରେ ରବିବାର ପ୍ରେସ କ୍ଲବ, ବସ୍ତାର ସାଙ୍ଗଠନିକ ବୈଠକ ଓ ଶାରଦୀୟ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କ୍ଲବର ସଭାପତି ବିଜୟ କୁମାର ଭୂୟାଁ ବୈଠକରେ ଅଧ୍ୟକ୍ଷତା କରିବା ସହ ଉପସ୍ଥିତ ସଦସ୍ୟମାନଙ୍କୁ ସ୍ୱାଗତ ଜଣାଇଥିଲେ। ଏହି ବୈଠକରେ କ୍ଲବର ଉପଦେଷ୍ଟା ବ୍ରଜମୋହନ ମିଶ୍ର, ବାଞ୍ଛାନିଧି ଦେ, ମନୀଷ ରାଇମୋଗିଆ, ରଞ୍ଜନ ବେହେରା ଓ ହରିଶଙ୍କର ପାଣି ଯୋଗଦେଇ ଆଗାମୀ ଦିନରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ ସହ ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ ଦିଗରେ ସଂଗଠନର କାର୍ଯ୍ୟଧାରା ଜାରି ରହିବ ବୋଲି ମତବ୍ୟକ୍ତ କରିଥିଲେ। ଗଣମାଧ୍ୟମ ସହ ସାଧାରଣ ଲୋକଙ୍କୁ ସିଧାସଳଖ ଯୋଡ଼ିବା ଦ୍ୱାରା ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ସମାଧାନ ସମ୍ଭବ ହୋଇପାରିବ ବୋଲି ବୈଠକରେ ମତପ୍ରକାଶ ପାଇଥିଲା। ଏହି ଅବସରରେ କ୍ଲବରେ ଯୋଗଦେଇଥିବା ନବାଗତ ସଦସ୍ୟମାନଙ୍କୁ ସ୍ୱାଗତ କରାଯିବା ସହ ସମ୍ବର୍ଦ୍ଧିତ କରାଯାଇଥିଲା। ବୈଠକରେ ମଧୁସୂଦନ ପଣ୍ଡିତ, ମାନସ ରଞ୍ଜନ ବେହେରା, ଜଗତ କୁମାର ଗିରି, ସୀତାକାନ୍ତ ଦାସ, ବସନ୍ତ କୁମାର ଭଦ୍ର, ଚାନସେଲର ରାଉତ, ବେଣୁଧର ଦାସ, ପ୍ରଶାନ୍ତ ସେନାପତି, ଦିଲ୍ଲୀପ ପଣ୍ଡା, ଜନ୍ମେଜୟ ପରିଡ଼ା, ସନ୍ତୋଷ ନାୟକ ଓ ତୁଷାର ମାଝୀଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ସାଙ୍ଗଠନିକ ଆଲୋଚନାରେ ଭାଗ ନେଇଥିଲେ।
