*ମହିମା ମହାବିଦ୍ୟାଳୟ ଯୋରନ୍ଦା ରେ ଇତିହାସ ରଚିଲା ଏବିଭିପି* ଢେଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ ଭଞ୍ଜଦୂତ ଖବର )ଅଦ୍ୟ ତା 10/10/2026 ରିଖ ଗଁନ୍ଦିଆ ବ୍ଲକ ଯୋରନ୍ଦା ମହିମା ମହାବିଦ୍ୟାଳୟ ବିନା ପ୍ରତିଦ୍ବନ୍ଦୀ ରେ ଏବିଭିପି ଛାତ୍ର ଛାତ୍ରୀ ଇତିହାସ ରଚିଲେ I ସମସ୍ତ ପଦବୀ ମାନେ ହେଲେ ସଭାପତି – *ଲଷ୍ମୀପ୍ରିୟା ରାଉତ,* ସହକାରୀ ସଭାପତି – *ପର୍ଶୁରାମ ରାଉତ* ସାଧାରଣ ସମ୍ପାଦକ – *ସୁନୀଲ ସାହୁ,* ସହକାରୀ ସମ୍ପାଦକ – *ବିଶ୍ଵପ୍ରକାଶ ସାହୁ,* କ୍ରୀଡା ସମ୍ପାଦକ – *ଚିନ୍ମୟ ସାମଲ* ସହକାରୀ କ୍ରୀଡା ସମ୍ପାଦକ – *ଶୁଭଲଷ୍ମୀ ମହାନ୍ତି*, ଡ୍ରାମାଟ୍ରିକ ସମ୍ପାଦକ – *ସୁସ୍ମିତା ସାହୁ,* ସହକାରୀ ଡ୍ରାମାଟ୍ରିକ ସମ୍ପାଦକ *-ସୋମ୍ୟରଞ୍ଜନ ମହାମାନସିଂହ* DSA ସମ୍ପାଦକ *-ମୋନାଲିସା ରାଉତ,* DSA ସହକାରୀ ସମ୍ପାଦକ – *ଶୁଭଶ୍ରୀ ନାଥ,* ଏବିଭିପି ର ସମସ୍ତ ପାର୍ଥିମାନେ ବିନା ପ୍ରତିଦ୍ବନ୍ଦୀ ରେ ଜିତିଗଲେ I ଏହା କେବଳ ତାଙ୍କର ବିଜୟୀ ନୁହେଁ, ଏହା ମହିମା ମାଟିର ରାଷ୍ଟ୍ରବାଦ ର ବିଜୟ l ବିଦ୍ୟାଳୟ ର ଯୁବପିଢ଼ି ଦେଖାଇ ଦେଲେ ଯେ ଆଉ ପରିବାରବାଦ, ଗୁଣ୍ଡାଗର୍ଦି ରାଜନୀତିକୁ ପସନ୍ଦ କରୁନାହାନ୍ତି, ଆଜି ସ୍ପଷ୍ଟ ହୋଇଗଲାଯେ ଢେଙ୍କାନାଳ ଜିଲ୍ଲାରୁ ବିରୋଧୀ ଦଳ ସମାପ୍ତ l ଆଉ ବିଦ୍ୟାଳୟ ଗେଟେ ଆଗରେ ଚାନ୍ଦା ଆଦାୟ, ଗୁଣ୍ଡାଗିରି ଚାଲିବନାହିଁ, ଛାତ୍ର ମାନେ ଚାହୁଁଛନ୍ତି କେବଳ ପାଠପଢା, ସୁରକ୍ଷା ଓ ସଂସ୍କାର ଯାହା କେବଳ ଏବିଭିପି ଦେଇପାରିବ, ଯେଉଁମାନେ କହୁଥିଲେ ଯୋରନ୍ଦା ମହିମା ମହାବିଦ୍ୟାଳୟ ରେ ଏବିଭିପି ର ସର୍ତ୍ତା ରହିବନାହିଁ, ସେହିମାନେ ଆଜି ଗେଟ ସାମ୍ନା ରେ ତାହାର ଉତ୍ତର ପାଇଯାଇଥିବେ
