*ପୁଟିଙ୍ଗରେ ବେଆଇନ ବାଣ କାରଖାନା ଉପରେ ତିର୍ତ୍ତୋଲ ପୋଲିସର ଚଢ଼ାଉ, ଜଣେ ବୃଦ୍ଧ ଗିରଫ*
*ତିର୍ତ୍ତୋଲ -(ନି.ପ୍ର ) ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ପୁଟିଙ୍ଗ ଗ୍ରାମରେ ଚାଲିଥିବା ବେଆଇନ ବାଣ କାରଖାନା ଉପରେ ତିର୍ତୋଲ ପୋଲିସ ଚଢ଼ାଉ କରି ବିପୁଳ ବିସ୍ଫୋରକ ଜବତ କରିଛି। ଏହି ଘଟଣାରେ ଜଣେ ବୃଦ୍ଧଙ୍କୁ ଗିରଫ କରାଯାଇଛି।
ପୋଲିସ ସୂଚନା ଅନୁଯାୟୀ, ଏସଆଇ ବିଭୂତି କୁମାର ବିଶ୍ୱାଳ ଦିନରେ ପାଟ୍ରୋଲିଂ ସମୟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ ଯେ ପୁଟିଙ୍ଗ ଗ୍ରାମର ରମେଶ ଚନ୍ଦ୍ର ପୃଷ୍ଟି (୭୦) ନିଜ ଘରେ ବେଆଇନ ଭାବେ ବିସ୍ଫୋରକ ତିଆରି କରି ଗଚ୍ଛିତ ରଖିଛନ୍ତି। ଏହି ସୂଚନା ପରେ ତାଙ୍କ ଘରେ ଚଢ଼ାଉ କରାଯାଇଥିଲା।
ଚଢ଼ାଉ ବେଳେ ୨ କେଜି ବନ୍ଧୁକ ବାରୁଦ, ୬ କେଜି କଳା ପାଉଡର, ୧୫ କେଜି ଅଙ୍ଗାର, ୨.୫ କେଜି ବାରୁଦା ପାଉଡର, ସୁତୁଳି, ଗୋଲା ଷ୍ଟାଣ୍ଡ ଓ ଶୁଖିଲା ତାଳପତ୍ର ଜବତ ହୋଇଛି।
ଏ ନେଇ ତିର୍ତ୍ତୋଲ ଥାନା କେସ୍ ନଂ ୪୫୩/୨୦୨୬ ରୁଜୁ ହୋଇଛି। ଅଭିଯୁକ୍ତ ରମେଶ ପୃଷ୍ଟିଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯା
