କଳାକେନ୍ଦ୍ର ତରଫରୁ ଉତ୍କଳମଣି ଜୟନ୍ତି ପାଳିତ
ବ୍ରହ୍ମପୁର, ତା. ୧୦/୧୦ :
ରାଜ୍ୟର ସର୍ବ ପୁରାତନ ତଥା ଅଗ୍ରଣୀ ସାଂସ୍କୃତିକ ପ୍ରତିଷ୍ଠାନ “ଜାତୀୟ ସଙ୍ଗୀତ କଳାକେନ୍ଦ୍ର” ତରଫରୁ କଳାକେନ୍ଦ୍ର ପରିସରସ୍ଥ ‘ଭଞ୍ଜ ମଣ୍ଡପ’ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। କଳାକେନ୍ଦ୍ର ସଭାପତି ଶିକ୍ଷାପ୍ରଦୀପ ଦେବୀ ପ୍ରସାଦ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜୟନ୍ତି ଉତ୍ସବରେ ବରିଷ୍ଠ ସାରସ୍ୱତ ସାଧକ ତଥା ଶିକ୍ଷାବିତ୍ ହାଡିବନ୍ଧୁ ମାଳି ମୂଖ୍ୟ ଅତିଥି, ପ୍ରାଧ୍ୟାପକ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ମୂଖ୍ୟ ବକ୍ତା ଏବଂ ପ୍ରାଧ୍ୟାପକ ଡଃ. ଲକ୍ଷ୍ମୀ ନାରାୟଣ ପଣ୍ଡା ଓ ବଂଶୀଧର ସେଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉତ୍କଳମଣିଙ୍କ ଜୀବନୀରୁ ସ୍ୱାଧୀନତା ସଂଗ୍ରାମ, ସାରସ୍ୱତ ସାଧନା, ରାଜନୈତିକ ଦିଗନ୍ତ, ସମାଜସେବା, ଶିକ୍ଷକତା, ସାମ୍ବାଦିକତା ଆଦି ବିଭିନ୍ନ ବିଭାଗ ଉପରେ ସିଂହାଵଲୋକନ କରିଥିଲେ। କଳାକେନ୍ଦ୍ର ସମ୍ପାଦକ ସ୍ୱରଗୌରବ କୃଷ୍ଣ ପ୍ରସାଦ ସାବତ ସ୍ୱାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ ସହ ଉଦ୍ଦେଶ୍ୟ ଜ୍ଞାପନ କ୍ରମରେ ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସର୍ବଜନ ପ୍ରଶଂସାର୍ହ ଆଦର୍ଶ ବ୍ୟକ୍ତିତ୍ୱର ଅବତାରଣା କରିଥିଲେ। ସର୍ବଶ୍ରୀ ମାନସ ରଂଜନ ଦାସ, ସୂର୍ଯ୍ୟ ନାରାୟଣ ପାତ୍ର, ଶ୍ରୀଦିବାକର, ଇଂ. ପ୍ରଫୁଲ୍ଲ କୁମାର ତ୍ରିପାଠୀ, ଦୀନବନ୍ଧୁ ଶ୍ରୀପଲ୍ଲଵ, ଡ଼ି. ମୁରଲୀ ମୋହନ ରାଓ, ପ୍ରଦୀପ ମିଶ୍ର, ସୌଦାମିନୀ ମିଶ୍ର, ଉମମଣୀ ସାବତ ପ୍ରମୁଖ ଜୟନ୍ତି ସମାରୋହରେ ବାକ୍ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ପରିଶେଷରେ ଅଧିବକ୍ତା କିରଣ କୁମାର ମହାନ୍ତି ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।
