*ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ରାଣୀପୁର ଠାରେ ବନ୍ୟ ପ୍ରାଣୀ ବରାହ ଏକ କୁଆଁ ରୁ ଉଦ୍ଧାର, ବନ ବିଭାଗ ପକ୍ଷ ରୁ ପ୍ରାଣୀ ଚିକିତ୍ସା କେନ୍ଦ୍ର ରେ ଚିକିତ୍ସା ପରେ କିଛିଦିନ ରଖି ତାକୁ ଜଙ୍ଗଳରେ ଛଡା*
ନୂଆପଡା(ମିଖାଏଲ ନନ୍ଦ) ତା:୦୮.୧୦.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ରାଣୀପୁର ଠାରେ ବନ୍ୟ ପ୍ରାଣୀ ବରାହ ଏକ କୁଆଁ ରୁ ଉଦ୍ଧାର, ବନ ବିଭାଗ ପକ୍ଷ ରୁ ପ୍ରାଣୀ ଚିକିତ୍ସା କେନ୍ଦ୍ର ରେ ଚିକିତ୍ସା ପରେ କିଛିଦିନ ରଖି ତାକୁ ଜଙ୍ଗଳରେ ଛଡାଯିବ ବୋଲି ବନ ବିଭାଗ ପକ୍ଷ ରୁ ପ୍ରକାଶ କରିଛନ୍ତି। ଆଜି ସକାଳୁ ଏକ କୁଆଁ ରେ ବନ୍ୟ ପ୍ରାଣୀ ପଡ଼ିଥିବା ସୂଚନା ପାଇବା ପରେ ତୁରନ୍ତ ବନ୍ୟା ପ୍ରାଣୀ ଉଦ୍ଧାର ଦଳ ପହଞ୍ଚି ବରାହ କୁ ଉଦ୍ଧାର କରିଥିଲେ। ବରାହ ଉଦ୍ଧାର ବେଳେ ତାର ଗୋଡ଼ରେ ଆହତ ହୋଇଥିବା ନେଇ ଚିକିତ୍ସା କରାଯାଇଅଛି। ଏହି କ୍ଷତ ସ୍ଥାନ ଆରୋଗ୍ୟ ହେଲେ ତାହାକୁ ଜଙ୍ଗଳ ରେ ଛାଡି ଦିଆଯିବ ବୋଲି ପ୍ରକାଶ କରିଛନ୍ତି।
