ରେଢ଼ାଖୋଲ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ।
# କଂଗ୍ରେସ କର୍ମୀ ମାନଙ୍କୁ ବଳ ପୂର୍ବକ ଉଠାଇ ନେଲେ ପୋଲିସ।
ରେଢ଼ାଖୋଲ ୮.୧୦ଭଂଜଦୂତ ): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଜାତୀୟ କଂଗ୍ରେସ ପକ୍ଷରୁ ସ୍ଥାନୀୟ ଭୀମଭୋଇ ଛକ ଠାରେ ଗୁରୁବାର ଦିନ ଓଡ଼ିଶା ପ୍ରଦେଶ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ୱାନ କ୍ରମେ ଏମଏମଡିଆର ଆକ୍ଟ ପ୍ରତ୍ୟାହାର, ନୂତନ ଖଣି ଆଇନର ସଂଶୋଧନ ରଦ୍ଦ କରିବା, ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ଇସ୍ତଫା ଓ ପାଠ୍ୟ ପୁସ୍ତକରେ ହୋଇଥିବା ତ୍ରୁଟି ଏବଂ ବିବାଦ କାରଣରୁ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡଙ୍କ ଇସ୍ତଫା ଇତ୍ୟାଦି ଦାବି ନେଇ ରେଢ଼ାଖୋଲ ସହରର ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର, ରାସ୍ତାଘାଟ ଓ ଯାନବାହାନ ବନ୍ଦ କରାଯାଇଥିଲା। କିନ୍ତୁ ମଧ୍ୟାହ୍ନ ୧୨ ସମୟରେ ରେଢ଼ାଖୋଲ ପୋଲିସ ପକ୍ଷରୁ ବଳ ପୂର୍ବକ କଂଗ୍ରେସ ପଦାଧିକାରୀ ଓ କର୍ମୀ ମାନଙ୍କୁ ଭୀମଭୋଇ ଛକ ଠାରୁ ଉଠାଇ ନେଇଥିଲେ। କଂଗ୍ରେସ କର୍ମୀ ମାନେ ସ୍ଲୋଗାନ ଦେଇ ବିରୋଧ ପ୍ରଦର୍ଶନ କରିଥିଲେ। ତା ପରେ ବନ୍ଦ ପାଳନ ପ୍ରତ୍ୟାହାର ହୋଇ ଯାନବାହନ ଚଳାଚଳ ସମେତ ଦୋକାନ ବଜାର ଖୋଲା ସ୍ବାଭାବିକ ହୋଇଥିଲା। ଏହି ବନ୍ଦ ଡାକରାରେ ରେଢ଼ାଖୋଲ ବ୍ଲକ ମହିଳା ସଭାପତି ଲିଲି ଧଳ, ରେଢ଼ାଖୋଲ ବ୍ଲକ ସଭାପତି ଅମରେଶ ପ୍ରଧାନ, ନଗର ସଭାପତି ହରେଶ କର୍ଣ୍ଣ, କାଉନସିଲର ଅମରେଶ ନାଏକ, ରଞ୍ଜନ ରାଉତ, ଉମେଶ ଦେହୁରୀ, ସଂଜୀବ ବିଶ୍ଵାଳ, ସୁନୀଲ ପ୍ରଧାନ, ସତ୍ୟଜିତ ଚାନ୍ଦ, ଅନ୍ତର୍ଯ୍ୟାମୀ ପ୍ରଧାନ, ଭିକ ବାବୁ, ରାମ କୁମାର, ବିଜୟ ଦେହୁରୀ, ମନୋଜ ବିଶ୍ୱାଳ, ସହଦେବ ପ୍ରଧାନ, ସତ୍ୟବ୍ରତ ମହାନ୍ତି, ନିରଞ୍ଜନ ମହାକୁଡ଼, ନେତ୍ରା ବାବୁ, ଟୁନା, ସୁମନ ମାଝୀ, କୁନାଲ ମେହେର, ଚକ୍ରଧର ପ୍ରଧାନ, ଟିକେଶ୍ୱର, ସଞ୍ଜୟ ସାହୁ, ବଳରାମ ଧଳ, ଭକ୍ତ ଧଳ ପ୍ରମୁଖ ସମେତ ବହୁ ସଂଖ୍ୟାରେ କଂଗ୍ରେସ ପଦାଧିକାରୀ, କର୍ମୀ, ମହିଳା ମାନେ ସାମିଲ ରହିଥିଲେ।
