ଓଡ଼ିଶା ବନ୍ଦରେ ଢେଙ୍କାନାଳ ଜିଲ୍ଲାରେ ଜନଜୀବନ ପ୍ରଭାବିତ ଦୋକାନ ବଜାର ସହ ଯାନବାହନ ଚଳାଚଳ ଠପ୍
ଢେଙ୍କାନାଳ (ନିପ୍ର ଗୋକୁଳାନନ୍ଦ ବେହେରା)ଓଡ଼ିଶା ବନ୍ଦ ଡାକର ପ୍ରଭାବ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। ବନ୍ଦକୁ ସମର୍ଥନ କରି ବିଭିନ୍ନ ସ୍ଥାନରେ ଦୋକାନ ବଜାର ବନ୍ଦ ରହିବା ସହ ଯାନବାହନ ଚଳାଚଳ ମଧ୍ୟ ଠପ ହୋଇଯାଇଛି। ଫଳରେ ସାଧାରଣ ଲୋକଙ୍କ ଜନଜୀବନ ପ୍ରଭାବିତ ହୋଇଛି। ଢେଙ୍କାନାଳ ପରଜଙ୍ଗ, କାମାକ୍ଷାନଗର, ଭୂବନ, ହିନ୍ଦୋଳ,ଗଦିଁଆ ବନ୍ଦକୁ ସମର୍ଥନ କରି କର୍ମୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରିଥିଲେ। ସେହିପରି ମଧ୍ୟ ବନ୍ଦକୁ ସମର୍ଥନ କରାଯାଇଥିଲା।ବନ୍ଦ ଯୋଗୁଁ ବିଭିନ୍ନ ଅଧିକାଂଶ ଦୋକାନ ବନ୍ଦ ରହିଥିବା ବେଳେ ରାସ୍ତାରେ ଯାନବାହନ ଚଳାଚଳ ହ୍ରାସ ପାଇଥିଲା। ଏହାର ପ୍ରଭାବରେ ଯାତାୟାତ ସହ ବ୍ୟବସାୟିକ କାରବାର ମଧ୍ୟ ପ୍ରଭାବିତ ହୋଇଥିବା ଦେଖାଯାଇଛି।ସାରା ଅଞ୍ଚଳରେ ବନ୍ଦର ପ୍ରଭାବ ରହିଥିବା ବେଳେ କୌଣସି ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ପାଇଁ ପ୍ରଶାସନ ଓ ପୁଲିସ ପକ୍ଷରୁ ନଜର ରଖାଯାଇଥିଲା
