*ପୋଲିସ ଦମନ ସତ୍ତ୍ୱେ ତିର୍ତ୍ତୋଲରେ କଂଗ୍ରେସର ବନ୍ଦ ସୁପରହିଟ୍, ଲୋକଙ୍କ ସମର୍ଥନ*
ତିର୍ତୋଲ -(ନି.ପ୍ର ) ଜଗତସିଂହପୁର ଜିଲ୍ଲା ତିର୍ତୋଲ ଶାସକ ଦଳର ଇଙ୍ଗିତରେ ପୋଲିସ ଯେତେ ଚେଷ୍ଟା କଲେ ବି ତିର୍ତ୍ତୋଲରେ କଂଗ୍ରେସର ଓଡ଼ିଶା ବନ୍ଦକୁ ରୋକି ପାରିଲାନି। ଆଜି ସଁଅରା ଛକ ଠାରେ ଶହ ଶହ କଂଗ୍ରେସ କର୍ମୀ ଏକାଠି ହୋଇ ଶାନ୍ତିପୂର୍ଣ ବନ୍ଦ ପାଳନ କରିଛନ୍ତି। ଜନତାଙ୍କ ସ୍ୱାର୍ଥ ପାଇଁ ଚାରି ଦଫା ଦାବି ନେଇ ଏହି ବନ୍ଦ ଡକା ଯାଇଥିଲା।
ସକାଳୁ ସଁଅରା ଛକରେ କଂଗ୍ରେସ କର୍ମୀମାନେ ରାସ୍ତାରୋକ କରିଥିଲେ। କିନ୍ତୁ ମାନବିକତା ଦେଖାଇ ଆମ୍ବୁଲାନ୍ସ, ଦୁଗ୍ଧ ଗାଡି, ସ୍କୁଲ ପିଲା ଓ ରୋଗୀଙ୍କୁ ଫୁଲ ଓ ଚକୋଲେଟ୍ ଦେଇ ସମ୍ମାନର ସହ ଛାଡିଥିଲେ।
କଂଗ୍ରେସର ସଫଳତା ଦେଖି ପୋଲିସ ଛାନିଆ ହୋଇ ଯାଇଥିଲା। କନକପୁର ଫାଣ୍ଡି ଅଧିକାରୀ ଆସି ଧମକ ଚମକ ଦେଇଥିଲେ, ପରେ ତିର୍ତ୍ତୋଲ ଥାନା ଅଧିକାରୀ ବିନା କାରଣରେ ଜୋନ୍-୩ ସଭାପତି ଶୁଭାଶିଷ ସ୍ୱାଇଁ ସମେତ ୫ ଜଣ ନିରୀହ କର୍ମୀଙ୍କୁ ଉଠାଇ ନେଇ କୃଷ୍ଣାନନ୍ଦପୁର ଥାନାରେ ୩ ଘଣ୍ଟା ଅଟକ ରଖିଥିଲେ।
ଏହି ପୋଲିସି ଜୁଲମକୁ ବରିଷ୍ଠ ନେତା ଗଗନ ବିହାରୀ ସାହୁ, ଉଦୟ ଭୂଇଁଆ, ଦୁଷ୍ମନ୍ତ ବେହେରା, ଚିତ୍ତରଞ୍ଜନ ସ୍ୱାଇଁ ଘୋର ନିନ୍ଦା କରିଛନ୍ତି। ପୋଲିସ ଯେତେ ଦମନ କଲେ ବି କଂଗ୍ରେସ ଲୋକଙ୍କ ପାଇଁ ଲଢେଇ ଜାରି ରଖିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
