କଂଗ୍ରେସର ରଣହୁଙ୍କାର ରେ ଭଞ୍ଜନଗରରେ ଓଡିଶା ବନ୍ଦ ର ପ୍ରଭାବ।
ଭଞ୍ଜନଗର -୦୮/୧୦ (ପ୍ରଫୁଲ୍ଲ କୁମାର ମହାରଣା )ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ରେ ଦେଖିବାକୁ ମିଳିଛି ଓଡ଼ିଶା ବନ୍ଦ ର ବିରଳ ଚିତ୍ର ଅର୍ଥାତ୍ ଓଡ଼ିଶା ରାଜନୀତି ରେ ଗଞ୍ଜାମ କଂଗ୍ରେସ ର ପଶ୍ଚିମ ଅଞ୍ଚଳ ଏକ ଚର୍ଚ୍ଚିତ ଉପଖଣ୍ଡ ଏହି ମାଟିରୁ କଂଗ୍ରେସ ର ପୂର୍ବତନ ମନ୍ତ୍ରୀ, ବାଚସ୍ପତି, ସାଂସଦ ସ୍ବର୍ଗତ ସୋମନାଥ ରଥ ଙ୍କ ଭଲି ବିଜୁଜନତା ଦଳ ର ପୂର୍ବତନ ମନ୍ତ୍ରୀ, ବାଚସ୍ପତି ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ଙ୍କ ଗଡରେ ଏବେ ରହିଛନ୍ତି ଡବଲ ଇଞ୍ଜିନ ସରକାରଙ୍କ ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ।କିନ୍ତୁ ଏହି ଅଞ୍ଚଳ ଯେହେତୁ କନ୍ଧମାଳ ଜିଲ୍ଲା ଅଞ୍ଚଳ ର ସଂସଦୀୟ କ୍ଷେତ୍ର ରହିଥିବାରୁ ଏହାର ପରିସୀମା ବହୁତ ବ୍ୟାପକ। ଏହି ଭଳି ଐତିହାସିକ ଭୂଖଣ୍ଡ ର ଭାରତୀୟ ଜାତୀୟ କଂଗ୍ରେସର ମଙ୍ଗ ଧରିଥିବା ଦୃଢ଼ ନେତୃତ୍ୱ ମାନଙ୍କ ଭିତରେ ବହୁ ପୁରୁଣା ବ୍ୟକ୍ତିତ୍ଵ/ଯୁବ ନେତୃତ୍ଵ ଙ୍କ ଭିତରେ ବହୁ ଚର୍ଚ୍ଚାରେ ରହିଛନ୍ତି ଗଞ୍ଜାମ ଜିଲ୍ଲା (ପଶ୍ଚିମ) ସଧାରଣ ସମ୍ପାଦକ ଶ୍ରୀଯୁକ୍ତ ବବି ଅନନ୍ତନାଗ ରଥ (ବବି ରଥ), ଯୁବ ନେତା ଶ୍ରୀ ବିଷ୍ଣୁ ପ୍ରସାଦ ଙ୍କ ଭଲି ନେତୃତ୍ୱ । ଦାୟିତ୍ୱ କହିବାକୁ ଗଲେ ସମାଜ ସେବୀ ରୁ ରାଜନୀତି ବିଶେଷ କରି ବବି ରଥ ଙ୍କ ପ୍ରଶିକ୍ଷଣ ଦକ୍ଷତା ,ସମାଜ ସେବୀ, ସାମ୍ବାଦିକ ଭଳି ବହୁ ଜନ ହିତ କାର୍ଯ୍ୟକ୍ରମ ଉଭୟଙ୍କ କର୍ମ ସଧାରଣ ରେ ବେଶ୍ ପ୍ରଶଂସନୀୟ । କିନ୍ତୁ ଅନୁତାପ ର ବିଷୟ କିଛି ଦିନତଳେ ଜିଲ୍ଲା କଂଗ୍ରେସ (ପଶ୍ଚିମ)ସଭାପତିଙ୍କ ପ୍ରେସ ମୀଟ୍ ସହିତ ଏକ ଚିଠି କୁନେଇ ଏହି ନିର୍ବାଚନ ମଣ୍ଡଳୀ ରେ ଏକ ବିରାଟ ଅଭ୍ୟନ୍ତରଣୀୟ ଆନ୍ଦୋଳନ ସଧାରଣ ଜନତାଙ୍କ ଭିତରେ ଦେଖିବାକୁ ମିଳୁଛି। ଏହାର ପ୍ରଭାବ ଆସୁଥିବା କଲେଜ ନିର୍ବାଚନ ରେ ପଡ଼ିବା ସହିତ ଓଡ଼ିଶା ବନ୍ଦ ରେ ଦେଖିବାକୁ ମିଳିଛି । ସଧାରଣ ରେ ଚର୍ଚ୍ଚା ରେ ଥିବା ଏହି ଭଳି ନେତୃତ୍ୱ ନେତା ଙ୍କ ପ୍ରତି ଲାଗି ରୁହେ ତେବେ ଆଗାମୀଦିନରେ ନେତୃତ୍ୱ ପ୍ରତି ପ୍ରଶ୍ନ ଉଠିବା ସ୍ଵାଭାବିକ। ତେଣୁ ଆଗମୀ ଭବିଷ୍ୟତ ପାଇଁ ମୂଖ୍ୟ ଦାୟିତ୍ୱ ରେ ରହୁଥିବା ବରିଷ୍ଠ ମାନେ ଚିନ୍ତା ନକରନ୍ତି ତେବେ ଅଞ୍ଚଳ ର ବିକାଶ ସହିତ ରାଜନୀତି କେଉଁ ଦିଗକୁ ଯିବ ଚର୍ଚ୍ଚାର ବିଷୟ ।
