ଚାରିଦଫା ଦାବି ନେଇ କଂଗ୍ରେସର ରାଜରାସ୍ତା ଅବରୋଧ
ମାଥିଲି ନିପ୍ର: ଶ୍ରୀଧର ପାଢ଼ୀ( ଭଞ୍ଜଦୂତ ଖବର) ମାଥିଲିରେ ଦୋକାନ ବନ୍ଦ, ବଜାର କମିଟିର ସମର୍ଥନ ରାଜରାସ୍ତାରେ କଂଗ୍ରେସର ନାରା, ମାଥିଲି ବଜାରରେ ତାଲା—ଚାରିଦଫା ଦାବି ନେଇ ତେଜିଲା ଆନ୍ଦୋଳନ
ମାଥିଲି: ଚାରିଦଫା ଦାବି ପୂରଣ ଦାବିରେ ଜାତୀୟ କଂଗ୍ରେସ ପକ୍ଷରୁ ରାଜରାସ୍ତା ଅବରୋଧ କରାଯାଇଛି। ଏହାର ପ୍ରଭାବରେ ମାଥିଲିରେ ଯାତାୟାତ ବ୍ୟାହତ ହୋଇଥିବା ବେଳେ ବନ୍ଦ ସମୟରେ ବଜାରର ଦୋକାନଗୁଡ଼ିକ ମଧ୍ୟ ବନ୍ଦ ରହିଥିବା ଦେଖାଯାଇଥିଲା।
କଂଗ୍ରେସ ପକ୍ଷରୁ ନିଜ ଚାରିଦଫା ଦାବି ପୂରଣ ପାଇଁ ଆନ୍ଦୋଳନକୁ ଜୋରଦାର କରାଯାଇଥିବା ବେଳେ ମାଥିଲି ଦୈନିକ ବଜାର କମିଟିକୁ ମଧ୍ୟ ବନ୍ଦ ପାଳନ ପାଇଁ ନିମନ୍ତ୍ରଣ ଦିଆଯାଇଥିଲା।
ଦୈନିକ ବଜାର କମିଟିର ସଭାପତି ଶ୍ରୀକାନ୍ତ ଚୌଧୁରୀଙ୍କ ଆହ୍ୱାନରେ ବଜାରର ସମସ୍ତ ଦୋକାନ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା। ଫଳରେ କଂଗ୍ରେସର ରାଜରାସ୍ତା ଅବରୋଧ ସହ ବଜାର ବନ୍ଦ ମଧ୍ୟ ମାଥିଲିରେ ଦୃଶ୍ୟମାନ ହୋଇଥିଲା।
