ଓଡିଶା ବନ୍ଦ ଡାକରା ଭବାନୀପାଟଣା ସହରରେ ସଫଳତାର ସମ୍ପୂର୍ଣ୍ଣ ବନ୍ଦ
ଭବାନୀପାଟଣା (କଳାହାଣ୍ଡି, କିଶନ ଶର୍ମା) ତା.୦୮.୧୦ ଆଜି ଓଡିଶା ବନ୍ଦ ଡାକରା ଭବାନୀପାଟଣା ସହରରେ ସଫଳତାର ୧୨ ଘଣ୍ଟିଆ ସମ୍ପୂର୍ଣ୍ଣ ବନ୍ଦ ପାଳନ ହୋଇଯାଇଅଛି। କେନ୍ଦ୍ର ସରକାରଙ୍କ ଏମ.ଏମ.ଡି.ଆର ଆଇନ ପ୍ରତ୍ୟାହାର, ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ଏବଂ ରାଜ୍ୟରେ ବହି ତୃଟି ପ୍ରତିବାଦରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ୱାନ କ୍ରମେ ଓଡ଼ିଶାର ସମସ୍ତ ଜିଲ୍ଲାରେ ବନ୍ଦ ଡାକରାକୁ ନେଇ କଳାହାଣ୍ଡିର ୧୩ ଟି ବ୍ଲକରେ ୧୨ ଘଣ୍ଟିଆ ବନ୍ଦ ପାଳନ ଡାକରା ଜିଲ୍ଲା କଂଗ୍ରେସ କମିଟି ସହିତ ଅନ୍ୟ ବାମ ପନ୍ଥୀ ଦଳ ଗୁଡିକ ମଧ୍ୟ ସାମିଲ ହୋଇ ବନ୍ଦ ଡାକରାକୁ ସଫଳ କରିଛନ୍ତି। ଏହି ବନ୍ଦ ଶାନ୍ତି ପୂର୍ଣ୍ଣ ଭାବରେ ମେଡିକାଲ, ଔଷଧ ଦୋକାନ, ଆମ୍ବୁଲାନ୍ସ ଏବଂ ଅନ୍ୟାନ୍ୟ ସେବା ଯୋଜନାକୁ ବନ୍ଦରୁ ବାଦ ପଡିଛି। ଜିଲ୍ଲାରେ ସମସ୍ତ ଯାନ ବାହାନ, ଦୋକାନ ବଜାର, ସରକାରୀ କାର୍ଯ୍ୟାଳୟ, ବିଦ୍ୟାଳୟ, କଲେଜ ଓ ବ୍ୟାଙ୍କ ଗୁଡିକ ବନ୍ଦ ଥିବାର ଦେଖିବାକୁ ମିଳିଛି।
