
ବଡ଼ସାହି ଏହି ଥାନା ଅଧୀନ ଭିମ୍ ବା ପଞ୍ଚାୟତ ଟିକାୟତପୁର ଖେଳ ପଡ଼ିଆରେ ମା ଗଞ୍ଜଡେଶ୍ଵରୀ ଫୁଟବଲ୍ ସଂଘ ଆନୁକୁଲ୍ୟରେ ୪୦ତମ ଏକଦିବସୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶା ଏବଂ ପଶ୍ଚିମବଙ୍ଗରୁ ୮ଗୋଟି ଦଳ ଅଂଶଗ୍ରହଣ କରିଥିଲେ। ଫାଇନାଲ ଖେଳରେ ପପୁଲାର କ୍ଲବ୍ ଓ ଢେ଼ଙ୍କାନାଳ ଓ ୟୁନାଇଟେଡ କ୍ଳବ୍ ମଧ୍ୟରେ ହୋଇଥିଲା । ନିର୍ଦ୍ଧାରିତ ସମୟ ମଧ୍ୟରେ ଖେଳ ଅସଂମାସିତ ହେବାରୁ ଟ୍ରାଇରିବେକ୍ ସୁଟ ଜରିଆରେ ପପୁଲାର କ୍ଲବ୍ ଢେ଼ଙ୍କାନାଳ ବିଜୟ ଲାଭ କରିଥିଲେ । ସ୍ଥାନୀୟ ଭୀମ ବା ଗ୍ରାମପଞ୍ଚାୟତର ସରପଞ୍ଚ ଭୀମ ସିଂ ଖେଳକୁ ଉଦଘାଟନ କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ମୟୁରଭଞ୍ଜ ଜିଲ୍ଲା ବିଜେପି ସଭାପତି ନିହାର ରଞ୍ଜନ ମୋଦି, ଜିଲ୍ଲା ପରିଷଦ ସଦସ୍ୟ ଜଗନ୍ନାଥ ମଲ୍ଲିକ, ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଅଭୟ ମହାପାତ୍ର, ସାନ୍ତନୁ ମହାପାତ୍ର, ମଣ୍ଡଳ ସଭାପତି ସୁବାସ ଦ୍ଵିବେଦୀ, ପୂର୍ବତନ ଶିକ୍ଷକ ଗୌରମୋହନ ବେହେରା, ପୂର୍ବତନ ଖେଳ ଶିକ୍ଷକ ଶଚ୍ଚିନ୍ଦ୍ରନାଥ ସନ୍ତରା ଯୋଗ ଦେଇଥିଲେ। କମିଟିର ସଦସ୍ୟ ସୁଶାନ୍ତ ବେହେରା, ଗୌରହରି ସାନ୍ତରା, ରାଜୀବ ବେହେରା, ସୁମନ୍ତ ରଣା, ବାବୁଲା ସିଂହ, ଅଞ୍ଜନ ବେହେରା, ବାସୁଦେବ ରଣା ଆଦି ସହଯୋଗ କରିଥିଲେ। ଖେଳକୁ ନରହରି ସାନ୍ତରା ପରିଚାଳିତ କରିଥିଲେ।