ରାତି ଅଧରେ ଭୁଶୁଡ଼ିଲା ମାଟି କାନ୍ଥ, କ୍ଷତିଗ୍ରସ୍ତ ହେଲା ଘର
ଉଦଳା(୨୪/୦୯): ଲଘୁଚାପଜନିତ ଲଗାଣ ବର୍ଷାରେ ଉଦଳା ବ୍ଲକ ଭୀମତାଳି ପଞ୍ଚାୟତ ବାଉଁଶପାଳ ଗ୍ରାମରେ ଏକ ଘରର ମାଟି କାନ୍ଥ ଭୁଶୁଡ଼ି ପଡ଼ିଛି। ଗୋବିନ୍ଦ ବେହେରା ନିଜ ଭଉଣୀ ଓ ଭାଣିଜୀଙ୍କ ସହ ରହୁଥିବା ଆଜବେଷ୍ଟସ ଘରର ପଛପଟ ଓ ମଝି କାନ୍ଥ ଗତ ରାତିରେ ଭାଙ୍ଗି ପଡ଼ିଥିଲା। ଫଳରେ ଆଜବେଷ୍ଟସ, କାଠ, ଚାଉଳ ଓ ଆସବାବପତ୍ର କ୍ଷତିଗ୍ରସ୍ତ ହୋଇଛି। ପ୍ରଶାସନିକ ଅଧିକାରୀ ପହଞ୍ଚି ନଥିବାବେଳେ ବ୍ଲକ ଉପାଧ୍ୟକ୍ଷ ରଜନୀ ଦାସ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରିବାରକୁ ସହାୟତା ମିଳିବା ନେଇ ଅପେକ୍ଷା ରହିଛି।
