ବାଳିକା ହାଇସ୍କୁଲରେ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ
ଆଗରପଡ଼ା,( ନିପ୍ର) (ମାର୍କଣ୍ଡ ଧାଡ଼ା ) ଆଗରପଡ଼ା ସରକାରୀ ବାଳିକା ହାଇସ୍କୁଲରେ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିକଶିତ ଭାରତ ସଂପର୍କୀତ ଚିତ୍ରାଙ୍କନ ଓ ତର୍କ ପ୍ରତିଯୋଗୀତା ଛାତ୍ରୀମାନଙ୍କ ମଧ୍ୟରେ ହୋଇଥିଲା । ଏଥିରେ ବର୍ଷା ପ୍ରିୟଦର୍ଶନୀ ସାହୁଙ୍କ ଚିତ୍ରାଙ୍କନ ଜିଲ୍ଲା ସ୍ତରକୁ ମନୋନୀତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ପ୍ରଧାନଶିକ୍ଷକ ତଥା ବିଇଓ ଇନଚାର୍ଜ ଚିତ୍ତରଂଜନ ମହାନ୍ତି , ବରିଷ୍ଠ ଶିକ୍ଷକ ଅଜିତ ରାଉଳ, ଭୀମସେନ ପାଳ, କୈଳାସ ପଣ୍ଡା, ପ୍ରମୋଦିନୀ ସାହୁ, ସାଗରିକା ମହାନ୍ତି, ରଂଜିତା ଶିଅଳ,ବନଜିନୀ ନାୟକ,ଭାଗ୍ୟଶ୍ରୀ ପଣ୍ଡା, ସୁମିତ୍ରା ନାଇକ,ସାବିତ୍ରୀ ଦାଶ, ବିଦ୍ୟୁତଲତା ଦାସ , ସୁଶାନ୍ତ ଜେନା, ଦୁର୍ଯ୍ୟୋଧନ ସେଠୀ,ସିଆରସିସି ନିରଞ୍ଜନ ଖିଲାର , ପରିଚାଳନା କମିଟି ସଭାପତି କୁଳମଣୀ ସାହୁ ପ୍ରମୁଖ ପରିଚାଳନା କରିଥିଲେ ।
