ବ୍ଲକ ସ୍ତରୀୟ ବିଜ୍ଞାନ ସେମିନାରରେ ସ୍ୱୟଂଶୋଭା ସାହୁ ପ୍ରଥମ
ଆଗରପଡ଼ା (ମାର୍କଣ୍ଡ ଧାର),(ନିପ୍ର) ଆଗରପଡ଼ା ସରକାରୀ ବାଳିକା ହାଇସ୍କୁଲ ଦଶମ ଶ୍ରେଣୀ ଛାତ୍ରୀ ସ୍ୱୟଂ ଶୋଭା ସାହୁ ବ୍ଲକ୍ ସ୍ତରୀୟ ବିଜ୍ଞାନ ସେମିନାରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଇଣ୍ଡିଆନ୍ ଏନର୍ଜି ବାସ୍କେଟ-୨୦୪୭ : ପ୍ରସପେକ୍ଟସ ଆଣ୍ଡ ଚ୍ୟାଲେଞ୍ଜସ ସେମିନାରରେ ବିଷୟବସ୍ତୁ ଥିଲା ।ଏହି ଅବସରରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ପ୍ରଧାନଶିକ୍ଷକ ତଥା ବିଇଓ ଇନଚାର୍ଜ ଚିତ୍ତରଂଜନ ମହାନ୍ତି , ବରିଷ୍ଠ ଶିକ୍ଷକ ଅଜିତ ରାଉଳ, ଭୀମସେନ ପାଳ, କୈଳାସ ପଣ୍ଡା, ପ୍ରମୋଦିନୀ ସାହୁ, ସାଗରିକା ମହାନ୍ତି, ରଂଜିତା ଶିଅଳ,ବନଜିନୀ ନାୟକ,ଭାଗ୍ୟଶ୍ରୀ ପଣ୍ଡା, ସୁମିତ୍ରା ନାଇକ,ସାବିତ୍ରୀ ଦାଶ, ବିଦ୍ୟୁତଲତା ଦାସ , ସୁଶାନ୍ତ ଜେନା, ଦୁର୍ଯ୍ୟୋଧନ ସେଠୀ ପ୍ରମୁଖ ଉପସ୍ଥିତ ରହି ଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ ।
