*କୋମନା ଚାନ୍ଦୋପଲା ଜମି ହେରଫେର ମାମଲା: ପୁଣି ଜଣେ ଗିରଫ, ସମୁଦାୟ ସଂଖ୍ୟା ପହଞ୍ଚିଲା ୮ରେ*।
ନୂଆପଡା(ମିଖାଏଲ ନନ୍ଦ)
ତା:୧୬.୦୯.
ନୂଆପଡ଼ା ଜିଲ୍ଲା କୋମନା ତହସିଲ ଅନ୍ତର୍ଗତ ଚାନ୍ଦୋପଲା ଗାଁର ଜମି ଚୋରୀ ମାମଲାରେ ଆଉ ଜଣେ ଗିରଫ ସମୁଦାୟ ଗିରଫ ସଂଖ୍ୟା ୮ କୁ ବୃଦ୍ଧି ହୋଇଅଛି। ଚାନ୍ଦୋପଲା ଗାଁର ସତ୍ୟ ପ୍ରଧନୀଙ୍କ ୪ ଏକର ୪୦ ଡିସିମିଲ ଜମିକୁ ଚୋରୀ କରି ପ୍ରକୃତ ମାଲିକ ଅଜାଣତ ରେ ବିକ୍ରି କରିଥିଲେ। ଏହି ଜମି ଚୋରି ମାମଲାରେ ନକଲି ସାକ୍ଷୀ ଦେଇ ଥିବା ଜିହତରାମ ପରାଭୁଏଙ୍କୁ ପେଣ୍ଡରାବନ ଗାଁରୁ ଗିରଫ କରିଛି କୋମନା ପୋଲିସ l ଗିରଫ ସଂଖ୍ୟା ୮ କୁ ବୃଦ୍ଧି ହୋଇଅଛି। ପ୍ରଥମେ ତିନି ଜଣଙ୍କୁ ନକଲି ସତ୍ୟ ପ୍ରଧାନୀ, ତାଙ୍କ ନକଲି ଭଉଣୀ ଙ୍କୁ ଜମି ଦଲାଲ ଙ୍କୁ ଗିରଫ କରିଥିବା ବେଳେ ପରେ ଜମି ଦଲାଲ ଓ ତାଙ୍କ ସହଯୋଗୀ ଭାବରେ ୪ ଜଣଙ୍କୁ ଗିରଫ କରିଥିଲେ । ଆଜି ଜଣେ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଏହି ଜମି ଚୋରି ମାମଲା ରେ ସରକାରୀ ଅଧିକାରୀ ମାନେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି। ଆହୁରି ଚେର ବହୁତ ଲମ୍ବା ଲମ୍ବିଥିବା ବେଳେ ତଦନ୍ତ ଗୁମର ବ୍ୟାପକ ରହିଅଛି।ଆଗକୁ ଜଣାପଡିବ।
