*ମାଁ ଦ୍ୱାରଶନି ପ୍ରିଣ୍ଟ ମିଡିଆ ସଂଘ ପକ୍ଷରୁ ନୂଆଖାଇ ଭେଟଘାଟ ପାଳିତ* ତା:୧୬.୦୯.
(ଲାୟନ୍ ଡା. ରମେଶ ଅଗ୍ରୱାଲ୍, MJF:ନି:ପ୍ର)
ନୂଆପଡ଼ା ଜିଲ୍ଲା ବୋଡ଼େନ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ମାଁ ଦ୍ଵାରଶନି ପ୍ରିଣ୍ଟ ମିଡିଆ ସଂଘ ବୋଡ଼େନ ପକ୍ଷରୁ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଂଘ ସଭାପତି ଟିକେଶ୍ୱର ନାଗଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜେପି ପୂର୍ବତନ ଜିଲ୍ଲା ସଭାପତି ଅତିନ୍ଦ୍ର ଜିତ୍ ସିଂ ମଲ୍ଲିକ ମୁଖ୍ୟ ଅତିଥି ରୂପେ ଓ ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଗୟାଧର ମହାନ୍ତି ମୁଖ୍ୟ ବକ୍ତା ଭାବରେ,ବିଶିଷ୍ଟ ଅତିଥି ରୂପେ ରାଜୀବ ଗାନ୍ଧୀ ଶିକ୍ଷା ସେବା ପୁରସ୍କାର ପ୍ରାପ୍ତ ଅଧ୍ୟାପକ ଡଃ କିଶୋର କୁମାର କର୍ଣ୍ଣ ଏବଂ ସମ୍ମାନିତ ଅତିଥି ରୂପେ ଝାଙ୍କର୍ ମୋହନ ସିଂ ମାଝୀ,ଆଇନଜୀବୀ ଯୋଗେନ୍ଦ୍ର ନାଥ ମାଝୀ,ବରିଷ୍ଠ ନାଗରିକ ମଞ୍ଚ ସଦସ୍ୟ ପର୍ଶୁରାମ ସେଠୀ ଯୋଗଦାନ କରିଥିଲେ।ନିର୍ଭୟ ସୂଚନା ସ୍ଵତନ୍ତ୍ର ପ୍ରତିନିଧି ସାମ୍ବାଦିକ ରାମନାଥ ପଣ୍ଡାଙ୍କ ଅତିଥି ପରିଚୟ ପ୍ରଦାନ ପରେ ଝାଙ୍କର ଶ୍ରୀଯୁକ୍ତ ମାଝୀ ଆମ ବୋଡ଼େନ ମାଟିର ଅଧିଷ୍ଠାତ୍ରୀ ଦେବୀ ମାଁ ଦ୍ଵାରଶନିଙ୍କ ପାଖରେ ପୂଜାର୍ଚ୍ଚନା କରି ନବାନ୍ନ ଭୋଗ ଅର୍ପଣ କରି ମାଁ ଙ୍କ ଠାରେ ଅଞ୍ଚଳର ସୁଖ ମନାସିଥିଲେ ।ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ ନୂଆଖାଇବଭେଟଘାଟ ଉପରେ ମଞ୍ଚାଷିନ ଅତିଥିଙ୍କ ଅମୃତ ବଚନ ଥିଲା – ଶବ୍ଦଗତ ଦୃଷ୍ଟିରୁ ନୂଆ ଓ ଖାଇ ର ସଂଯୋଗରୁ ସୃଷ୍ଟି ନୂଆଖାଇ ଶବ୍ଦ,ବର୍ଷର ପ୍ରଥମ ଅମଳ ଶସ୍ୟକୁ ଇଷ୍ଟ ଦେବୀଙ୍କୁ ଅର୍ପଣ କରିବାର ଏକ ନିଷ୍ଠାପର ପରମ୍ପରା ପ୍ରାକୃତି ମାଟି ଓ ମଣିଷର ନିବିଡ ସମ୍ପର୍କ ହେଉଛି ନୂଆଖାଇ, ବଡ଼ ମାନଙ୍କୁ ସମ୍ମାନ କରି ଆନ୍ତରିକ ପ୍ରଣାମ ଜଣାଇବା ଓ ଛୋଟ ମାନଙ୍କୁ ସ୍ନେହ ଆଦର ଆଶୀଷ କରିବା ଏବଂ ଓ ସମ୍ପର୍କର ପୁନରୁଦ୍ଧାର,ଲୋକ ମୁଖରେ ପ୍ରଚଳିତ ଶବ୍ଦରାଶି ଖଣ୍ଡକ ପୁଣି ଥରେ ଆସନ୍ତା ବର୍ଷ ଭେଟଘାଟ ହେବା। ଆଜିର ଏ ପବିତ୍ର ଭେଟ ଘାଟ ଉତ୍ସବରେ କାଶୀ ଦଣ୍ଡସେନା,ଧନିକର ଜଗତ, ରୋହିତ ଦଣ୍ଡସେନା,ଶ୍ୟାମ କୁମାର ଦଣ୍ଡସେନା, ଡମ ବୁଢା ଗୁଆଲ,ଇନ୍ଦ୍ରମଣି ମାଝୀ,ଥବିରାମ ମାଝୀ, ତୋପ ସିଂ ମାଝୀ,ବୈଷ୍ଣବ କୁମାର ଦୁରିଆ,ରାଜ କିଶୋର ହେର୍ଣ୍ଣା ପ୍ରମୁଖ ଯୋଗଦାନ କରିଥିଲେ।ସାମ୍ବାଦିକ ଦିଲିପ କୁମାର ପଣ୍ଡା,ଭୀଷ୍ମ ଦେବ ହେର୍ଣ୍ଣା,ବଂଶୀଧର ନାଗ ପ୍ରମୁଖ ସହଯୋଗ କରିଥିଲେ।ଦିଲୀପ କୁମାର ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ।
