*ନୂଆଖାଇ ପର୍ବ ଧୂମଧାମ ରେ ପାଳିତ ସହ କାର୍ଯ୍ୟକ୍ରମ*
ବଲାଙ୍ଗିର (ପ୍ରଦୀପ କୁମାର ସା (ନି.ପ୍ର)
ତାରିଖ 15-09-2026 ରିଖ ଦିନ ଲୋଇସିଂହା ବ୍ଲକ ଅନ୍ତର୍ଗତ ଫଟାବାହାଲ ଗ୍ରାମରେ ବଡ ଧୁମଧାମରେ ନୂଆଖାଇ ଭେଟଘାଟ ପାଳନ କରାଯାଇ ଥିଲା । ଗ୍ରାମ ମଝିରେ ତଲିପଡା ମଣ୍ଡପଠାରେ ସନ୍ଧ୍ୟାରେ ଗ୍ରାମ ବାସୀ ଏକତ୍ରିତ ହୋଇ ଜୁହାର ଭେଟ ହୋଇଥିଲେ । ଏହାପରେ ଛୋଟଛୋଟ ଶିଶୁମାନଙ୍କୁ ନେଇ ଗୀତ ନାଚ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସାସ୍କୃତିକ କାର୍ଯ୍ଯକ୍ରମରେ ପ୍ରାୟ 50 ଜଣ ଶିଶୁ ଅଂଶଗ୍ରହଣ କରିଥିଲେ । ସମସ୍ତ ଅଂଶଗ୍ରହଣକାରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । କାର୍ଯ୍ଯକ୍ରମର ସଂଯୋଜନା ଶ୍ରୀଯୁକ୍ତ ସଂକୀର୍ତ୍ତନ ମହାଲିଙ୍ଗ ଓ ଶ୍ରୀଯୁକ୍ତ ଗୋବର୍ଦ୍ଧନ ପଧାନ କରିଥିଲେ । ଜ୍ଯୋତିରଞ୍ଜନ ମହାଲିଙ୍ଗ ଦନାର୍ଦ୍ଦନ ବିଶ୍ବାଳ, ବସନ୍ତ ବିଶ୍ବାଳ, ସୁରେଶ ପଧାନ,ଚିଣ୍ଟୁ ପଧାନ,ଗୁପ୍ତେଶ୍ଵର ସିଂସାହାଣୀ, ଘୁନୁ ବିଶ୍ବାଳ, ଆକାଶ ବିଶ୍ବାଳ, ଫିରୋଜ ମହାକୁର, ତଥା ଅନ୍ଯାନ୍ଯ ଯୁବକ ଓ ଗ୍ରାମବାସୀ ସହଯୋଗ କରିଥିଲେ .
