ସ୍ବର୍ଗତ ଭିକାରୀ ଚରଣ ସିଂହଙ୍କ ଦ୍ୱାଦଶାହ ଉପଲକ୍ଷେ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା
ମାହାଙ୍ଗା ତା ୧୬/9 କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅଧୀନସ୍ଥ ନାହାଙ୍ଗ ପଞ୍ଚାୟତ ର ବାଲିପଡ଼ା ଗ୍ରାମସ୍ଥିତ ବାସଭବନରେ ସ୍ବର୍ଗତ ଭିକାରୀ ଚରଣ ସିଂହଙ୍କ ଦ୍ବାଦଶାହ ଉପଲକ୍ଷେ ଏକ ସ୍ମୃତିଚାରଣ ସଭା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ନାଥ ଶତପଥୀଙ୍କ ସଭା ପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା ଯୋଗଦେଇ ଥିଲେ। ପ୍ରାରମ୍ଭରେ ଅତିଥିମାନେ ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ର ଓ ଦିବଂଗତ ଭିକାରୀ ଚରଣ ସିଂହ ଙ୍କ ଫଟୋ ଚିତ୍ରରେ ପୁଷ୍ପ,ଧୂପ ଅର୍ପଣ କରାଯାଇଥିଲା । ପରେ ପରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯିବା ସହ ପଣ୍ଡିତ ଶରତ ଚନ୍ଦ୍ର ମିଶ୍ର ଗୀତା ପାଠ କରିଥିଲେ । ଏହି ସ୍ମୃତି ଚାରଣ ସଭାରେ ମହିମା ଧର୍ମ ଗବେଷକ ଡ଼. ଏକାଦଶୀ ପ୍ରଧାନ,ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼. ଜନାର୍ଦ୍ଦନ ରାଉତ,ସମାଜସେବୀ ଯୋଗେଶ ଚନ୍ଦ୍ର କୁଅଁର,ପ୍ରାକ୍ତନ ପ୍ରଧାନ ଶିକ୍ଷକ ନରହରି ସାହୁ,ପ୍ରବାଚକ ଶରତ ଚନ୍ଦ୍ର ରଥ, ଡ଼. ଜୟରାମ ସ୍ୱାଇଁ,ସାହିତ୍ୟିକ ଗୌତମ ଚରଣ ଜେନା ପ୍ରମୁଖ ଅତିଥିଭାବେ ଯୋଗଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଡ଼. ଭାବଗ୍ରାହୀ ରାଉତ,କବି ପ୍ରଫୁଲ୍ଲ କୁମାର ସିଂହ,ଚୌଧୁରୀ ପ୍ରଫୁଲ୍ଲ ଚନ୍ଦ୍ର ଦାସ,ଜିଲ୍ଲାପରିଷଦ ସଭ୍ୟ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ,ମନୋଜ କୁମାର ଦାସ,ଶିଶୁ ସାହିତ୍ୟିକ ପ୍ରଫୁଲ୍ଲ କୁମାର ସାହୁ,ଆଶୁକବି ବିଜୟ କୁଅଁର,ସ୍ତମ୍ଭକାର ବିବେକାନନ୍ଦ ଦାସ,ପ୍ରାକ୍ତନ ସମିତି ସଭ୍ୟ ରୁଦ୍ର ନାରାୟଣ ସିଂହ,ସୁରେନ୍ଦ୍ର ନାଥ ସାମଲ,ଧ୍ରୁବ ଚରଣ ପ୍ରଧାନ,ଅଲେଖ ଚନ୍ଦ୍ର ଦାସ,ରବୀନ୍ଦ୍ର ନାଥ ସାମଲ,ପିସିସି ମୁଖପାତ୍ର ଦେବାଶିଷ ଭୂୟାଁ,ନିରଞ୍ଜନ ଦାସ,ରଘୁନାଥ ସାହୁ,ପଦ୍ମଲୋଚନ ସାହୁ,ରାମଚନ୍ଦ୍ର ସ୍ୱାଇଁ,ଭାଗବତ ସେଠୀ,ସାହାନିଆଜ ବେଗମ,ପ୍ରାକ୍ତନ ଶିକ୍ଷକ ଶରତ ଚନ୍ଦ୍ର ମିଶ୍ର,ଶାରଦା ପ୍ରସାଦ ମିଶ୍ର,ଶ୍ରୀନିବାସ ରାଉତ,ସାମ୍ବାଦିକ ଶଶିଭୂଷଣ ଷଢ଼ଙ୍ଗୀ,ବସନ୍ତ କୁମାର ସାମଲ,ପ୍ରମୁଖ ଯୋଗଦେଇ ସ୍ୱର୍ଗତ ସିଂହଙ୍କ ବହୁମୁଖୀ ପ୍ରତିଭା ଓ କାର୍ଯ୍ୟ ଦକ୍ଷତା ସମ୍ପର୍କରେ ଆଲୋଚନା କରିଥିଲେ । ଶେଷରେ ତାଙ୍କ ଜ୍ୟେଷ୍ଠ ପୁତ୍ର ଅଜୟ କୁମାର ସିଂହ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିବା ବେଳେ ପରିଚାଳନାରେ ଯତୀନ ଜୟ କୁଅଁର,ବିଜୟ କୁମାର ସିଂହ,ପଦ୍ମଲୋଚନ ସିଂହ, ରୁଦ୍ର ନାରାୟଣ ସିଂହ,ତୁଳସୀ ପ୍ରିୟଦର୍ଶିନୀ,ପ୍ରଜ୍ଞା ପ୍ରିୟଦର୍ଶିନୀ ସିଂହ ଓ ପରିବାରର ସଦସ୍ୟମାନେ ସହଯୋଗ କରିଥିଲେ ।
