ବାରିପଦା ସହର ରେ “ବିଦ୍ୟା ଭାରତୀ ଶିକ୍ଷା ଅନୁଷ୍ଠାନରେ ଗଜାନନଙ୍କ ପୂଜୋତ୍ସବ ପାଳିତ”
ବାରିପଦା(:- ସ୍ଥାନୀୟ ମଧୁବନ ସ୍ଥିତ “ବିଦ୍ୟା ଭାରତୀ” ଶିକ୍ଷାନୁଷ୍ଠାନ ପରିସରରେ “ବିଘ୍ନନାଶକ ପ୍ରଭୁ ଶ୍ରୀ ଶ୍ରୀ ଗଣପତିଙ୍କ ପୂଜା ଉତ୍ସବ” ଯଥା ବିଧି ଅତ୍ୟନ୍ତ ଆନନ୍ଦ ଓ ଉଲ୍ଲାସର ସହ ପାଳିତ ହୋଇଯାଇଛି। ଅନୁଷ୍ଠାନରେ ଶିକ୍ଷାରତ ସମସ୍ତ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅକ୍ଷୟ କୁମାର ମିଶ୍ର କର୍ତ୍ତା ଭାବେ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ବିଶିଷ୍ଟ ପଣ୍ଡିତ ଶ୍ରୀଯୁକ୍ତ ଦେବେନ୍ଦ୍ର ନାଥ ମହାପାତ୍ର ପୁରୋହିତ କାର୍ଯ୍ୟ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ସୁନ୍ଦର ସାଜସଜ୍ଜା ସାଙ୍ଗକୁ ଆକର୍ଷଣୀୟ ମୂଖ୍ୟ ତୋରଣ ଆମନ୍ତ୍ରିତ ସମସ୍ତ ଅତିଥି ତଥା ଅଭିଭାବକ ଅଭିଭାବିକା ଦ୍ୱାରା ପ୍ରଶଂସିତ ହୋଇଥିଲା । ଉପସ୍ଥିତ ଆବାଳ ବୃଦ୍ଧବନିତା ପ୍ରଭୁଙ୍କ ଉଦ୍ଦେଶ୍ୟରେ ଭକ୍ତି ପୁଷ୍ପାଞ୍ଜିଳି ପ୍ରଦାନ ପୂର୍ବକ ପ୍ରସାଦ ସେବନ କରିଥିଲେ। ସନ୍ଧ୍ୟାରେ ଅନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପୂର୍ଣ୍ଣ ସହଯୋଗ କ୍ରମେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଚ଼ିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବା ସାଙ୍ଗକୁ ସମସ୍ତଙ୍କ ପାଇଁ ସୁସ୍ବାଦ ଅନ୍ନପ୍ରସାଦ ବଣ୍ଟନର ସୁବନ୍ଦୋବସ୍ତ ହୋଇଥିଲା । ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଅଭିନିତ ବିଭିନ୍ନ ପ୍ରକାର ଏକକ ନୃତ୍ୟ, ଦୈତ ନୃତ୍ୟ, ସମବେତ ନୃତ୍ୟ, କବିତା ଆବୃତି ତଥା କ୍ଷୁଦ୍ରନାଟକ ବେଶ୍ ମନୋରଞ୍ଜନଧର୍ମୀ ହୋଇଥିବା ବେଳେ ଉକ୍ତ ସ୍ୱତନ୍ତ୍ର ଉତ୍ସବରେ ବିଶିଷ୍ଟ ସମାଜସେବୀ ତଥା ବାରିପଦା ପୌରପାଳିକାର ମାନ୍ୟବର କାଉନସିଲର ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ବେହେରା, ଉପଦେଷ୍ଟା ଦିଲ୍ଲୀପ କୁମାର ଜେନା ଓ ସନ୍ତୋଷ କୁମାର ବରାଜ ତଥା ଭଞ୍ଜଦୂତ ଖବରକାଗଜର ମାନ୍ୟବର ସମ୍ପାଦକଙ୍କ ଯୋଗଦାନ କାର୍ଯ୍ୟକ୍ରମକୁ ବେଶ୍ ରୁଦ୍ଧିମନ୍ତ କରିଥିଲା। ଓଡ଼ିଶୀ ନୃତ୍ୟରେ ରାଜଲକ୍ଷ୍ମୀ, ଦୈତ ନୃତ୍ୟାଭିନୟରେ ଆକାଂକ୍ଷା ଓ ଅର୍ପିତାଙ୍କ ନୃତ୍ୟ ଉପସ୍ଥିତ ଦର୍ଶକଙ୍କ ହୃଦୟ ଜିଣିବା ସଙ୍ଗେ ସଙ୍ଗେ ଉପଦେଷ୍ଟା ଶ୍ରୀମତୀ ସ୍ମିତା ମୟୀ ରଥଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ସମସ୍ତଙ୍କ ଅନୁରୋଧ କ୍ରମେ ଅଭିଭାବକ ତଥା ବିଶିଷ୍ଟ ନୃତ୍ୟଗୁରୁ ଶ୍ରୀଯୁକ୍ତ ସତ୍ୟାନନ୍ଦ ବାରିକଙ୍କ ଦୀର୍ଘ ୨୦ ମିନିଟର ନୃତ୍ୟ ପ୍ରଦର୍ଶନ ସମବେତ ଜନତାଙ୍କୁ ସ୍ତମ୍ଭୀଭୁତ କରିଥିଲା । ଅନୁଷ୍ଠାନରେ ଅଧ୍ୟୟନରତ ସମସ୍ତ ଛାତ୍ରଛାତ୍ରୀ ପ୍ରତିଷ୍ଠାତା ଶ୍ରୀଯୁକ୍ତ ମିଶ୍ରଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଅନୁଷ୍ଠାନର ସୁନାମ ବଜାୟ ରଖିବାକୁ କାଉନସିଲର ଶ୍ରୀଯୁକ୍ତ ବେହେରା ପରାମର୍ଶ ଦେଇଥିଲେ I
ଅନୁଷ୍ଠାନର ହିତାଙ୍କାକ୍ଷୀ ଶ୍ରୀଯୁକ୍ତ ସରୋଜ କୁମାର ବରାଜ(ଜଗଭାଇ), ଶ୍ରୀମତୀ କସ୍ତୁରୀ ରାୟ , ଶିକ୍ଷକ ଓମ୍ ପ୍ରକାଶ ବେହେରା, ଅଞ୍ଜନ କୁମାର ବେହେରା, ଦୀପକ ପାଲ୍, ଆକାଶ ବାରିକ , ପ୍ରବୀର କୁମାର ସାହୁ, ଶିକ୍ଷୟିତ୍ରୀ ହେମାଙ୍ଗିନୀ ଦାଶ, ଲକ୍ଷ୍ମୀପ୍ରିୟା ମହାଭୋଇ ପ୍ରମୁଖଙ୍କ ତତ୍ତ୍ଵାବଧାନରେ ଆକାଂକ୍ଷା , ଅର୍ପିତା, ସାନ୍ତନୁ, କୁଳଜୀତ୍ , ଯୁଗଳ କିଶୋର, ଆଶୁତୋଷ,ପୂର୍ଣ୍ଣେନ୍ଦୁ, ଦେବରାଜ,ସୁତନୁ, ଅଙ୍କିତ, ରୁଦ୍ର ଇତ୍ୟାଦି ଛାତ୍ରଛାତ୍ରୀଙ୍କ ସହଯୋଗରେ ସମସ୍ତ କାର୍ଯ୍ୟ ସୂଚାରୁରୂପେ ସମ୍ପନ୍ନ ହୋଇଥିଲା ।
