ଘରେ ଶୋଇଥିବା ବେଳେ ସାପ କାମୁଡ଼ା, ବ୍ରହ୍ମପୁର ନେବା ବାଟରେ ଚାଲିଗଲା ଜୀବନ
ବାଲିଗୁଡ଼ା,(ନି. ପ୍ର )୧୬/୦୯
ବାଲିଗୁଡ଼ା ସହରର ବେହେରାପଦର (ବଡ଼ଗାଁ ଛକ) ଅଞ୍ଚଳରେ ସାପ କାମୁଡ଼ାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଶୋକର ଛାୟା ଖେଳିଯାଇଛି। ମୃତକ ହେଲେ ସୁରେଶ ବେହେରା (୩୮)।
ସୂଚନା ଅନୁସାରେ, ରବିବାର ରାତିରେ ସୁରେଶ ଘରେ ଶୋଇଥିବା ବେଳେ ଏକ ଚିଟି ସାପ ତାଙ୍କ କାନ ନିକଟରେ କାମୁଡ଼ିଥିଲା। ଏହାପରେ ସୋମବାର ସକାଳେ ପରିବାର ଲୋକେ ତାଙ୍କୁ ତୁରନ୍ତ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ।
ତେବେ ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର MKCG ମେଡିକାଲ୍ କଲେଜ ଓ ହସ୍ପିଟାଲ୍କୁ ସ୍ଥାନାନ୍ତର କରିଥିଲେ। ପରିବାର ଲୋକେ ତାଙ୍କୁ ବ୍ରହ୍ମପୁର ନେଇ ଯାଉଥିବା ସମୟରେ ବ୍ରହ୍ମପୁର ନିକଟରେ ହିଁ ସୁରେଶଙ୍କ ପ୍ରାଣ ହରାଇଥିଲେ।
ପରେ ତାଙ୍କ ମୃତଦେହକୁ MKCG ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରାଯାଇଥିଲା। ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ପରିବାର ପକ୍ଷରୁ ମୃତଦେହକୁ ବାଲିଗୁଡ଼ା ଅଣାଯାଇଛି।
ସୁରେଶଙ୍କ ମୃତ୍ୟୁରେ ତାଙ୍କ ପରିବାର ଉପରେ ଭାଙ୍ଗିପଡ଼ିଛି ଦୁଃଖର ପାହାଡ଼। ତାଙ୍କ ପଛରେ ୧୪ ବର୍ଷର ଝିଅ, ୯ ବର୍ଷର ପୁଅ ଓ ସ୍ତ୍ରୀ ପରିବାରର ଜଣେ ସଦସ୍ୟଙ୍କୁ ହଠାତ୍ ହରାଇ ପରିବାର ଏବେ ଗଭୀର ଦୁଃଖରେ ଭାଙ୍ଗିପଡ଼ିଛି।
ଏହି ଦୁଃଖଦ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ବ
