*ଭାବ ଓ ସମ୍ମାନର ଆଦାନପ୍ରଦାନ: ପାରମ୍ପରିକ ଉତ୍ସାହରେ ପାଳିତ ହେଉଛି ‘ଦେବ ଦର୍ଶନ’*
ନୂଆପଡା(ମିଖାଏଲ ନନ୍ଦ)
ତା-୧୬/୦୯
ନୂଆଁଖାଇ ସରିଲା ପରେ ନୂଆପଡ଼ା ଜିଲ୍ଲା କୋମନା ପାଇକପଡ଼ାରେ ପାଳନ କରା ଯାଏ ଏକ ନିଆରା ପରମ୍ପରା। l ସମ୍ମାନ ଏବଂ ଭାବର ଆଦାନ ପ୍ରଦାନ ଉତ୍ସବ, ମଣିଷ ବି ଦେବା/ଦେବୀଙ୍କ ସହ ଭେଟ ଘାଟ ହେବା ପରମ୍ପରା ଅତି ନିଆରା ଅଟେ, ଏହାକୁ ଦେବ ଦର୍ଶନ ଉତ୍ସବ ରୂପେ ପାଳନ ହୋଇଥା। ନୂଆଁଖାଇ ସାରିବା ପରେ ପରିବାର ସଦସ୍ୟ ଙ୍କ ସହ ଜୁହାର ଭେଟ ଘାଟ ହୋଇଥାନ୍ତି l ବାଜା ଗଜା ଢୋଲ ନିଶାନ ତାସା ର ତାଲ କୁ ତାଲ ଦେଇ ନାଚି ନାଚି କୋମନାଗଡର ଇଷ୍ଟଦେବୀ ସମଲେଶ୍ୱରୀଙ୍କୁ ଦର୍ଶନ କରି ସୁଖ, ଶାନ୍ତି ,ସମୃଦ୍ଧି ଓ ମୈତ୍ରୀ ଓ ଏକତାର ପ୍ରାର୍ଥନା କରି ଥାଆନ୍ତି l ସମଲେଶ୍ୱରୀ ଦେଵୀଙ୍କୁ ଦର୍ଶନ ପରେ ଗାଁରେ ଥିବା ସମସ୍ତ ଦେବା ଦେବୀଙ୍କୁ ଦର୍ଶନ କରି ଥାଆନ୍ତି l ଦୀର୍ଘ ୪ ବର୍ଷ ହେବ ଏହି ପରମ୍ପରା ଆୟୋଜିତ ହୋଇ ଆସୁଛି l ଦେବ୍ ଦର୍ଶନ ରୂପେ ପାଳନ କରି ଆସୁଛନ୍ତି।
