ବସ୍ତା (ସେଖ ଆଜାରୁଦ୍ଦିନ) : ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଅଗ୍ରଣୀ ସ୍ଵେଚ୍ଛାସେବୀ ସାମାଜିକ ଅନୁଷ୍ଠାନ ସୁରେନ୍ଦ୍ରନାଥ ଜେନା ସ୍ମୃତି କମିଟି ପକ୍ଷରୁ ଗହୀର ସିମୁଳିଆ ସ୍ଥିତ ବାସନ୍ତୀ ପ୍ଲାଜା ପରିସରରେ ମା ପାଇଁ ଗଛ ଟିଏ ଏବଂ ୭୬ ତମ ବନ ମହୋତ୍ସବ ସପ୍ତାହ ପାଳନ ହୋଇଯାଇଛି। କମିଟିର ସଭାପତି ପ୍ରକୃତି ବନ୍ଧୁ ସୁମନ୍ତ କୁମାର ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ମା ପାଇଁ ଗଛ ଟିଏ ସଚେତନତା କାର୍ଯ୍ୟକ୍ରମ ହେବା ସହିତ ୬୦ ନମ୍ୱର ଜାତୀୟ ରାଜପଥ କଡରେ ବିଭିନ୍ନ ପ୍ରଜାତିର ଚାରା ରୋପଣ କରାଯାଇଥିଲା ବେଳେ କମିଟିର ସଦସ୍ୟ ମାନଙ୍କ ଦ୍ଵାରା ଅତି କମରେ ଦୁଇ ବର୍ଷ ଚାରା ଗୁଡିକର ଯତ୍ନ ନେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା | କମିଟିର ସଦସ୍ୟ ହରିଶ୍ଚନ୍ଦ୍ର ପ୍ରଧାନ, ମାର୍କଣ୍ଡ ପ୍ରଧାନ, ବରେନ୍ଦ୍ର ଷଡଙ୍ଗୀ, ସହଦେବ ପ୍ରଧାନ, ଅମରନାଥ ସୋରେନ,ରତିକାନ୍ତ ବେହେରା, ସାମରାୟ ମୁର୍ମୁ, ଶିବ ନାୟକ, ତାପସ ବେହେରା, ମୃତ୍ୟୁଞ୍ଜୟ ଜେନା, ନଗେନ୍ ବେହେରା ବିନୋଦ ଦତ୍ତ ପ୍ରମୁଖ ଚାରା ରୋପଣ କାର୍ଯକ୍ରମରେ ସହଯୋଗ କରିଥିଲେ।
