*ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ତୁକଲା ଗ୍ରାମ ନିବାସୀ ଇଛଦେଇ ମାଝୀ ଙ୍କ ବୟସ ଦୁଇଗୋଟି ପରିଚୟ ପତ୍ର ରେ ଭିନ୍ନ ଥିବାରୁ ୮୦ ବର୍ଷ ଭତ୍ତା ପାଇବାରୁ ବଞ୍ଚିତ, ସୃଷ୍ଟି ବାଧିତ ଅନ୍ଧ ରୂପେ ଜୀବନ ନିର୍ବାହ*
ନୂଆପଡା(ମିଖାଏଲ ନନ୍ଦ) ତା:୧୧.୦୮.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ତୁକଲା ଗ୍ରାମ ନିବାସୀ ଇଛଦେଇ ମାଝୀ ଙ୍କ ବୟସ ଦୁଇଗୋଟି ପରିଚୟ ପତ୍ର ରେ ଭିନ୍ନ ଥିବାରୁ ୮୦ ବର୍ଷ ଭତ୍ତା ପାଇବାରୁ ବଞ୍ଚିତ, ଦୃଷ୍ଟି ବାଧିତ ଅନ୍ଧ ରୂପେ ଜୀବନ ନିର୍ବାହ କରୁଛନ୍ତି। ଏହି ଆଦିବାସୀ ମହିଳା ମଧ୍ୟ ଦିବ୍ୟଙ୍ଗ ରୂପେ ଜୀବନ ନିର୍ବାହ କରୁଛନ୍ତି। ଦୁଇ ଗୋଟି ଚକ୍ଷୁରେ ଦେଖି ପାରୁ ନଥିବା ବେଳେ ତାଙ୍କ ୮୦% ପ୍ରତିଶତ ଦିବ୍ୟାଙ୍ଗ ହୋଇଛନ୍ତି। ଇଛଦେଇ ମାଝୀ ଙ୍କ ବୟସ ରେ ତାରର୍ତମ୍ୟ ରହି ପାରେ କିନ୍ତୁ ସେ ୮୦% ପ୍ରତିଶତ ଦିବ୍ୟାଙ୍ଗ ରୂପେ ମଧ୍ୟ ୩୫୦୦ ଟଙ୍କା ର ମାସିକ ଭତ୍ତା ପାଇବା ହକଦାର ରହିଛନ୍ତି। ତାଙ୍କୁ ବର୍ତ୍ତମାନ ଦିବ୍ୟାଙ୍ଗ ପ୍ରମାଣ ପତ୍ର ଆବଶ୍ୟକ ରହିଅଛି। ପ୍ରତ୍ମ ତିନି ମାସ ୩୫୦୦ ଟଙ୍କା ର ଭତ୍ତା ପ୍ରଦାନ କରିଥିବା ବର୍ତ୍ତମାନ ସେ ନିଜ ଘରକରଣା ପାଇଁ ଅର୍ଥ ବାଧକ ସାଜୁଛି। ଏହି ଆଦିବାସୀ ମହିଳାଙ୍କୁ ଭତ୍ତା ପାଇଁ ବ୍ୟାଙ୍କ କିମ୍ବା ପଞ୍ଚାୟତ କୁ ଡାକିବା କଷ୍ଟ ସାଧ୍ୟ ହେବ। ମହିଙ୍କୁ ଭତ୍ତା ତାଙ୍କ ଦ୍ୱାର ମୁହଁରେ ପ୍ରଦାନ ପାଇଁ ପ୍ରଶାସନିକ ଅଧିକାରୀଙ୍କୁ ବିଶେଷ ଅନୁରୋଧ ଅଟେ।
