ନୂଆପଡ଼ା ଜିଲ୍ଲା ଖରୀଆର ରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷ ରୁ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ
ନୂଆପଡା(ମିଖାଏଲ ନନ୍ଦ)
ତା-୧୧/୦୮.
ନୂଆପଡା ଖରୀଆର ରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷ ରୁ ହର ଘର ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଯାତ୍ରା ରେ ନୂଆପଡ଼ା ବିଧାୟକ ଜୟ କୁମାର ଢୋଲକିଆ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଦେଶର ସ୍ୱାଭିମାନ, ଦେଶ ମାତୃକାର ସମ୍ମାନ ଓ ଆନ, ବାନ ଶାନ ହେଉଅଛି ତ୍ରିରଙ୍ଗା ପତାକା ବୋଲି ମତ ବ୍ୟକ୍ତ କରିଥିଲେ। ତ୍ରିରଙ୍ଗା ଯାତ୍ରା ରେ ଖଡ଼ିଆଳ ନଗର ଅଧ୍ୟକ୍ଷା ଡଃ.ସୋନିଆ ଜୈନ ଅଧ୍ୟକ୍ଷତା କରିଥିବା ବେଳେ କାର୍ଯ୍ୟ ନିର୍ବାହୀ ଅଧିକାରୀ, ସମାଜସେବୀ ଗୋଲଡି ଅଗ୍ରୱାଲ, ଶତାଧିକ କର୍ମୀ, ନାଗରିକ, ଦେଶ ପ୍ରେମୀମାନେ ଯୋଗ ଦେଇଥିଲେ। ବିରାଟ ଜାତୀୟ ପତାକା କୁ ଶୋଭାଯାତ୍ରା ରେ ସାମିଲ କରିଥିଲେ।ଆଜି ଖରୀଆର ରୋଡ ସହର ତ୍ରିରଙ୍ଗା ମୟ ହୋଇଥିବା ବେଳେ ଦେଶ ସ୍ୱାଧୀନତା ସେହି ଉତ୍ସାହ ଦେଖିବାକୁ ମିଳିଥିଲା। କୁଞ୍ଜଦେବ ମନସୀ, ଅର୍ଜୁନ ଜଗତ, ମହିଳା ମଣ୍ଡଳ ପ୍ରମୁଖ ସାମିଲ ହୋଇଥିଲେ।
