ବସ୍ତା (ସେଖ ଆଜାରୁଦ୍ଦିନ) : ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ବରୁଣଗାଡ଼ିଆ ପଞ୍ଚାୟତ ରେ କଥା ଦେଇ କଥା ରଖିଲେ ବିଧାୟିକା ସୁବାସିନୀ ଜେନା । ନିର୍ବାଚନ ସମୟରେ ବରୁଣଗାଡ଼ିଆ ପଞ୍ଚାୟତ ର ବଡ଼ଗଡିଆ, ମାଙ୍କଡ଼ଗାଡ଼ିଆ, ଚୁରପଦା, ନାଇକୁଡି, କିଆପାଣସି ପ୍ରଭୃତି ଗ୍ରାମ ମାନଙ୍କ ରେ ଅନେକ ଛୋଟ ଛୋଟ କାମ କୁ ନେଇ ଗ୍ରାମବାସୀ ମାନେ ଦାବି ଉପସ୍ଥାପନା କରିଥିଲେ । ନିର୍ବାଚନ ପରେ ଗ୍ରାମବାସୀ ଙ୍କ ଉକ୍ତ ଦାବି ଗୁଡିକ ପାଇଁ ବିଧାୟିକା ଉକ୍ତ ପଞ୍ଚାୟତ କୁ ତାଙ୍କର ନିଜସ୍ୱ ପାଣ୍ଠି ରୁ ୫ ଲକ୍ଷ ୪୦ ହଜାର ଟଙ୍କା ପ୍ରଦାନ କରିଛନ୍ତି । ଆଜି ଦିନ ଦଶଟା ସମୟରେ ନିଜେ ବିଧାୟିକା ଉପସ୍ଥିତ ରହି ପ୍ରକଳ୍ପ ଗୁଡିକ ର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ତାଙ୍କ ସହ ଚେୟାରମ୍ୟାନ ପ୍ରତିନିଧି ଲକ୍ଷ୍ମୀଧର ଦାସ, ଜ଼ିଲ୍ଲାପରିଷଦ ସଦଶ୍ୟା ବିଷ୍ଣୁ ପ୍ରିୟା ବୁଗୁଡ଼ି, ବ୍ଲକ ମହିଳା ସଭାପତି ଲିପିକା ରାଉଳ,ମହାଦେବ ଦାସ, ସମିତି ସଦସ୍ୟ ବାବୁଧର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।
