
ଯାଜପୁର (ସରୋଜ କୁମାର ଧଳ) ବ୍ୟାସନଗର ପୌରପରିଷଦର ୱାର୍ଡ ନଂ-୧୩ରେ ଅବସ୍ଥାପିତ ଶ୍ରୀ ସତ୍ୟନାରାୟଣ ମନ୍ଦିରର ଉନ୍ନତିକରଣ ନିମନ୍ତେ ମାନ୍ୟବର କୋରେଇ ବିଧାୟକ ଆକାଶ ଦାସନାୟକଙ୍କ ବିଧାୟକ ହାତପାଣ୍ଠିରୁ ୧୦ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର କରିଛନ୍ତି । ବ୍ୟାସନଗର ସହରର ମାରୱାଡି ସଂପ୍ରଦାୟର ଜନସାଧାରଣ ଏହି ମନ୍ଦିରର ସଂପୂର୍ଣ୍ଣ ଦାୟିତ୍ୱ ବହନ କରିଥାନ୍ତି । ବର୍ଷକ ବାରମାସରେ ଅନୁଷ୍ଠିତ ସମସ୍ତ ପର୍ବପର୍ବାଣୀ ଏହି ମନ୍ଦିରରେ ମାରୱାଡି ସଂଘ ଆୟୋଜନ କରିଥାନ୍ତି । ଏହି ମନ୍ଦିରର ଭିତିଭୂମିକୁ ସୁଦୃଢ ଏବଂ ସରସ ସୁନ୍ଦର କରିବା ଦିଗରେ ବିଧାୟକଙ୍କର ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ ଅଟେ । ଏହି ପରିପ୍ରେକ୍ଷୀରେ ବ୍ୟାସନଗର ସହରର ମାରୱାଡି ସଂଘ ପରିବାର ତରଫରୁ ଆଜି ସକାଳ ୧୧ ଘଟିକା ସମୟରେ ମାରୱାଡି ସଂଘର ମୁରବୀମାନେ ମାନ୍ୟବର ବିଧାୟକ ଆକାଶ ଦାସନାୟକଙ୍କୁ ସେହି ମନ୍ଦିର ପ୍ରାଙ୍ଗଣରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ସମ୍ବର୍ଦ୍ଧିତ କରିଥିଲେ । ମାନ୍ୟବର ବିଧାୟକଙ୍କ ସହିତ ବହୁତ ସମୟ ସଂଘ ପରିବାରର ମୁରବୀମାନେ ମନ୍ଦିର ଏବଂ ସହରର ଉନ୍ନତି ବିଷୟରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକୁ ବହୁତ ପ୍ରଶଂସା କରିବା ସହ ଆଗାମୀ ଦିନରେ ବିଧାୟକଙ୍କୁ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ଦୃଢକ୍ତି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ସତ୍ୟନାରାୟଣ ମହାନ୍ତି, ସଂଜୀବ ନାୟକ, ଗୌରୀଶଙ୍କର ଅଗ୍ରୱାଲ, ପୱନ ଓଶ୍ୱାଲ, ପୱନ ଖେମ୍କା, ପବିନ୍ ଓଶ୍ୱାଲ, ନରେଶ ଗୋଏଲ, ମନୋଜ ବୋଥ୍ରା, ମନୋଜ ଭରତିଆ, ସୁରେନ୍ଦ୍ର ଶର୍ମା, କିଶୋର ଅଗ୍ରୱାଲ, ଅଭିଶେକ ରାଠୀ, ବିପୁଲ କାବରା, ଗିରିରାଜ ଲଖୋଟିଆ, ବାଲମୁକୁନ୍ଦ ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ ।