ବାଲେଶ୍ଵର/ବସ୍ତା (ସେଖ ଆଜାରୁଦ୍ଦିନ) : ବାଲେଶ୍ୱରର ଯୁବ ସମ୍ବାଦିକ ତଥା ଫୋକସ ପ୍ଲସ ଟିଭିର ଜିଲ୍ଲା ପ୍ରତିନିଧି କଞ୍ଜମଣି ସ୍ୱାଇଁଙ୍କ ପିତା ସ୍ୱର୍ଗତ ଶିବକାନ୍ତ ସ୍ୱାଇଁଙ୍କର ୭୯ବର୍ଷ ବୟସରେ ବିୟୋଗ ହୋଇଛି।ସ୍ବର୍ଗତ ସ୍ୱାଇଁଙ୍କର ଶରୀର କିଛି ଦିନ ହେବ ଅସୁସ୍ଥ ଥିଲା ,ତେଣୁ ସେ କଟକ ଏସିବିରେ ଚିକିତ୍ସିତ ହୋଇ ନିଜ ବାସଭବନ ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ନଣ୍ଡାବର ଗ୍ରାମରେ ଚିକିତ୍ସିତ ଅବସ୍ଥାରେ ରହୁଥିଲେ କିନ୍ତୁ ଗତ ରାତିରେ ତାଙ୍କ ଦେହାନ୍ତ ହୋଇଥିଲା।ସ୍ବର୍ଗତ ସ୍ୱାଇଁ ଜଣେ ଶାନ୍ତ ସରଳ , ମିଷ୍ଟଭାଷୀ ପରୋପକାରୀ ଓ ଧର୍ମପରାୟଣ ବ୍ୟକ୍ତି ଥିଲେ । ତାଙ୍କର ଦେହାନ୍ତରେ ସମ୍ପୂର୍ଣ୍ଣ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା। ତାଙ୍କ ମର ଶରୀରରେ ନିକଟରେ ସାନ ଭାଇ,ପୁଅ ବୋହୂ ଝିଅ ଜ୍ବାଇଁ , ନାତି ନାତୁଣୀ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ। ଶେଷ ଦର୍ଶନ ପାଇଁ ନିଜ ବାସଭବନ ପରିସରରେ ବନ୍ଧୁ ବାନ୍ଧବ ଗ୍ରାମ ବାସୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଯୋଗଦେଇ ଶେଷ ଦର୍ଶନ କରିବା ସହ ତାଙ୍କର ଅନ୍ତର ଆତ୍ମାର ସଦଗତି ପାଇଁ ପାର୍ଥନା କରିଥିଲେ।
